Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଓଡ଼ିଶାକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ । କରୋନା ସଂଟକ ପୂର୍ବରୁ ପ୍ରତିକାତ୍ମକ ପଦକ୍ଷେପ ନେଉଥିଲେ ରାଜ୍ୟ ସରକାର । ଏଥିପାଇଁ ଓଡ଼ିଶା ସରକାରଙ୍କୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାପରେ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ କୋଭିଡ୍ ରଣନୀତି, ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା, ଟେଷ୍ଟିଂ ବୃଦ୍ଧି ଓ ପଞ୍ଚାୟତସ୍ତରରେ ମହାମାରୀ ମୁକାବିଲା ଓ ପରିଚାଳନକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଦେଶର ପ୍ରଥମ ରାଜ୍ୟ ଭାବରେ କରୋନା ମୁକାବିଲା କ୍ଷେତ୍ରରେ କଡ଼ା ପଦକ୍ଷେପ ନେଇଥିଲା ଭାରତ । ମାର୍ଚ୍ଚ ୧୩ ତାରିଖରେ ସରକାର ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଯାଆସ ଉପରେ ଅଙ୍କୁଶ ଲଗାଇଥିଲେ ସରକାର । ମନ୍ତ୍ରୀମାନଙ୍କୁ ସରକାର କୋଭିଡ୍ ମୁକାବିଲା ଦାୟିତ୍ୱ ଦେଇଥିଲେ ।
ସପ୍ତାହେ ଭିତରେ କୋଭିଡ୍ ହସ୍ପିଟାଲ
ସେହିପରି ପ୍ରଥମ ରାଜ୍ୟ ଭାବରେ ମାତ୍ର ସପ୍ତାହେ ଭିତରେ ହଜାରେ ବେଡ୍ ବିଶିଷ୍ଟ ଦୁଇ ଦୁଇଛି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ । ପରେ ସବୁ ଜିଲ୍ଲାରେ ସରକାର ପ୍ରତିଷ୍ଠା କରିଥିଲେ କୋଭିଡ୍ ହସ୍ପିଟାଲ । ଏହାସହ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେଇଛନ୍ତି ସରକାର ।

ପଞ୍ଚାୟତସ୍ତରରେ ହେଲଥ ସେଣ୍ଟ
ପଞ୍ଚାୟତସ୍ତରରେ କରୋନା ମୁକାବିଲା ପାଇଁ ସରକାର ନେଇଥିଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ । ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ କରାଯାଇଥିଲା ଅସ୍ଥାୟୀ ହେଲଥ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା । ସରପଞ୍ଚଙ୍କୁ ସରକାର ଦେଇଥିଲେ ଜିଲ୍ଲାପାଳ କ୍ଷମତା ।

ଏହାବ୍ୟତୀତ ସରକାର ହିତାଧିକାରୀଙ୍କୁ ଚାରି ମାସର ଆଗକୁ ଭତ୍ତା ପ୍ରଦାନ କରିଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି କୋଭିଡ୍ ଯୋଦ୍ଧାଙ୍କୁ ଆଗକୁ ଦରମା ବି ଦେଇଥିଲେ ସରକାର । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ବିଭିନ୍ନ ସମୟରେ ବହୁ କାର୍ଯ୍ୟକ୍ର କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ।

କରୋନା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ଏମିତି ଅନେକ ପଦକ୍ଷେପକୁ ଅବତାରଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ଓ ସଚେତନତା ଅଭିଯାନକୁ ପ୍ରଶଂସା କରିଛନ୍ତି । ସେସବୁ ପକଦକ୍ଷେପ ଯୋଗୁ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର କମ୍ ରହିଛି । ସୁସ୍ଥହାର ବୃଦ୍ଧି ପାଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.