Latest Odisha News

ଧୋନିଙ୍କୁ କାହିଁକି ଏସବିଆଇ ଦିଏ ୬ କୋଟି ଟଙ୍କା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର: ଭାରତର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଦେଶର ଅର୍ଥନୀତିର ଏକ ମଜବୁତ ସ୍ତମ୍ଭ ଭାବେ ଜଣାଯଆଏ। ୫୦ କୋଟିରୁ ଅଧିକ ଗ୍ରାହକ, ୫୦,୦୦୦ରୁ ଅଧିକ କର୍ମଚାରୀ ଏବଂ ୨୨,୫୦୦ରୁ ଅଧିକ ଶାଖା ସହିତ ଏହା ଦେଶ ତଥା ବିଦେଶରେ ନିଜର ଉପସ୍ଥିତି ଜାହିର କରିଛି। କିନ୍ତୁ ଏହି ବ୍ୟାଙ୍କର ଏକ ଭିନ୍ନ ପରିଚୟ ସାମ୍ନାକୁ ଆସିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। SBI ପ୍ରତି ମାସରେ କ୍ରିକେଟ ତାରକା ଏମଏସ ଧୋନିଙ୍କୁ ୬ କୋଟି ଟଙ୍କା ଏବଂ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କୁ ୧୮.୯ ଲକ୍ଷ ଟଙ୍କା ପ୍ରଦାନ କରୁଛି। ଏହା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ- ଏତେ ବଡ଼ ରାଶି ଏହି ଦୁଇ ସେଲିବ୍ରିଟିଙ୍କୁ କାହିଁକି?

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେଇଥିଲେ ମଧ୍ୟ ତାଙ୍କର ଫ୍ୟାନ୍ସ ଏବଂ ବ୍ରାଣ୍ଡ ମୂଲ୍ୟ ଆଜି ମଧ୍ୟ ସମସ୍ତଙ୍କଠୁ ଆଗରେ ରହିଛି। ୨୦୨୩ରୁ ଧୋନି SBIର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରୁଛନ୍ତି। ଧୋନିଙ୍କ ଇମେଜକୁ ଆଗକୁ ଆଣି  ବ୍ୟାଙ୍କ ନିଜର ଯୋଜନା ଏବଂ ସେବାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛି। ଏହି ବିଜ୍ଞାପନ ରଣନୀତି ପାଇଁ SBI ଧୋନିଙ୍କୁ ବାର୍ଷିକ ୬ କୋଟି ଟଙ୍କାର ଏକ ବଡ଼ ଫି ପ୍ରଦାନ କରୁଛି। ଏହା ବ୍ୟାଙ୍କର ବ୍ରାଣ୍ଡ ପ୍ରଚାର ଏବଂ ଗ୍ରାହକ ଆକର୍ଷଣରେ ଏକ ବଡ଼ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଅନ୍ୟପକ୍ଷରେ, SBI ଅଭିଷେକ ବଚ୍ଚନଙ୍କୁ ପ୍ରତି ମାସରେ ୧୮.୯ ଲକ୍ଷ ଟଙ୍କା ଦେଉଛି, କିନ୍ତୁ ଏହାର କାରଣ ବ୍ରାଣ୍ଡ ପ୍ରଚାର ନୁହେଁ, ବରଂ ଏକ ସମ୍ପତ୍ତି ଚୁକ୍ତି। ଅଭିଷେକଙ୍କ ମାଲିକାନାରେ ଥିବା ଜୁହୁସ୍ଥିତ ଆଲିଶାନ ବଙ୍ଗଳା ‘ଆମ୍ମୁ ଓ ଭାଟ୍ସ’ର ତଳ ମହଲାକୁ SBI ୧୫ ବର୍ଷର ଲିଜ୍ ଚୁକ୍ତିରେ ଭଡା ନେଇଛି। ଏହି ୩,୧୫୦ ବର୍ଗଫୁଟ ବିସ୍ତୃତ ସମ୍ପତ୍ତି ପାଇଁ ବ୍ୟାଙ୍କ ବଚ୍ଚନ ପରିବାରକୁ ମାସିକ ୧୮.୯ ଲକ୍ଷ ଟଙ୍କା ଭଡା ଦେଉଛି।

Comments are closed.