କବିତା:ଏମିତି କଣ ହୋଇପାରେ କାହାଣୀ ଶେଷରେ

ଦେବଯାନୀ ତ୍ରିପାଠୀ ମୁଁ ଗୋଟିଏ କବିତାର ଜୀବନ ବଞ୍ଚୁଛି ମୋ ଆଖିରେ ଭଲପାଇବାର ସମୁଦ୍ର ସମୁଦ୍ର ଲହଡି ତଥାପି ତୁମେ ଦେଖିପାରୁଛ ସେଠି ଦରଫୁଟା ମଲ୍ଲୀର ଦୁଃଖ ଶୁଣିପାରୁଛ ଗୋଟେ ଏକଲା ସମୟର ଶୋକଗୀତ। ତୁମକୁ ଲାଗେ ସେଠି ଆଜିକାଲି ଉଜୁଡି ଯାଇଥିବା ସ୍ଵପ୍ନ ମାନଙ୍କ ଭିଡ ମୋ ମୋବାଇଲର ରିଂ ଟୋନରେ ଶୁଭେ ଗୋଟେ...

କବିତା:ବାସରାତି

 ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ତାର ସେ ନିରୀହ ହଳେ ଆଖି ଯେ' ମୋତେ ଫ୍ରକ୍ ପିନ୍ଧା ଝିଅରୁ ଅପରାଜିତା ଫୁଲଟେ କରିଦିଏ , ତାର ସେ ସଶକ୍ତ ପାପୁଲି ଯେ ' ପେଣ୍ଡୁ ପରି ଫିଙ୍ଗି ମୋତେ ସମୁଦ୍ର ଫେଣକୁ ଆଉ ଛାଣିଆଣେ ଓଦା ରୁଟି ଟେ ପରି ତାର ସେ ଉତ୍ତପ୍ତ...

କବିତା:ପ୍ରେମିକ

ଦିପୁନ୍ ପୁହାଣ ଶେଷକୁ ମୁଁ ତା'ର ନାଁ ଦେଲି 'ନଦୀ', ସେ ଖାଲି ଅଳପ ହସିଲା ଓ ବୋଧ ଦିଆ କୁନି ଶିଶୁଟି ପରି ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ.. ଆରମ୍ଭରୁ ମୁଁ ତାକୁ 'ଜହ୍ନ' ବୋଲି ଡାକିଥିଲି, ଅତୁଟ ସ୍ନେହରେ.. ସେତେବେଳେ ସେ ସତେଜ ଦିଶୁଥିଲା, ତା' ଦେହଯାକ ଭରିଥିଲା ଅତରର ବାସ ତା'...

କବିତା:ଅମୃତ ତୃଷ୍ଣା 

 ଶୁଭ୍ରାଂଶୁ ଶେଖର ମାହୁନ୍ତ ବେଶ୍ କିଛିଦିନର ନିରବତା ପରେ ସୁପ୍ତ ମନେ ମୋ ଆଜି ଭରିଦେଲ ଅହେତୁକ ତୃଷ୍ଣା, ଅସଂଶୟ ପ୍ରଣୟର ମାୟାରେ ଭାଳି ବସିଲି ତୁମ ଦେହଲଗ୍ନା ହେବା ବେଳ ବାସ୍ନା ।। ଅଦୃଶ୍ୟ ଆବେଗରେ ଗୋପନୀୟ ଇଚ୍ଛା ମୋର ଅକସ୍ମାତ୍ ହେଲା ବାଟବଣା, ସାନିଧ୍ୟର ବ୍ୟାକୁଳତାରେ ଶାହାଜାହନର ମନ ନେଇ ମାଗିଲି ମୋ ପ୍ରେମ ପାଉଣା ।। ଅବିଶ୍ବାସର...

କବିତା- ଭାଗ୍ୟଫଳ

ରାଜଲଷ୍ମୀ ତ୍ରିପାଠୀ ଫଳକ ଟି ଝୁଲୁଛି ଝଲସୁଛନ୍ତି ଦିବ୍ୟଚିତ୍ରମାନ କାଠ ଉପରେ କଟା ସରୁ ଲମ୍ବା ରାସ୍ତା କିଏ ଜାଣେ ମିଶିଛି ସେ କେଉଁଠି ଏକ ବୃତ୍ତାକାର ମଣ୍ଡଳ ରେ। ବାସନାରେ ରୁନ୍ଧିହୋଇ ଅନାଇଁ ରହିଛି ସେ ମୁକ ଏକ କକ୍ଷପଥକୁ ବଂଚି ରହିଛି ଝୁମ୍ପୁଡି ର ଭାଗ୍ୟ ପରି ଏକ ଦୁଃଖାନ୍ତ ନାଟକର ସୁଦୀର୍ଘ ସୁଖର ଆଶାରେ। ଦେଖେ...

କବିତା:ଶୁଣୁଛି ବୋଲିତ ତୁମକୁ

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ) ଶୁଣୁଛି ବୋଲିତ ତୁମକୁ ଫେରୁଛି ମୁଁ ପୃଥିବୀକୁ ବାରମ୍ବାର ଆଡେଇ ମୋକ୍ଷକୁ ଯୋଗାଡି ନେଉଛି ଦେହଟେ ନପଚାରି ଜାତି,ଧର୍ମ,ବର୍ଣ୍ଣ, ନବିଚାରି ପ୍ରାନ୍ତ ଓ ପ୍ରଦେଶ। ଶୁଣୁଛି ବୋଲିତ ତୁମକୁ ନିବିଷ୍ଟ ମଧୁମକ୍ଷୀଟିଏ ପରି ପଳପଳ ପିଉଛି ଜୀବନର ବିଷାକ୍ତ ମୋହକୁ, ହତାଶାର ଦିଶାହୀନ ମରୁପଥେ ପାବନୀ ଗଙ୍ଗାଧାର ସମ ବୁହାଇ ଚାଲିଛି ଲୁହକୁ, ଚାଲିଛି ଯେ ଚାଲିଛି ଅଟକୁନି ଅବସନ୍ନ...

କବିତା:କବି

  ହିମାଂଶୁ ଆଚାରୀ କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ ଫୁଲ ପରି ତ କେବେ ଭାତହାଣ୍ଡି ପରି ଟକ୍ ମକ୍ ଫୁଟେ ହାତ ବଢେଇ ଜହ୍ନକୁ ତୋଳେ ଆକାଶକୁ ଛାତି କହେ ତ...

କବିତା:ନୂଆ ବରଷ ହେ ଆସ

ଡକ୍ଟର ସଚ୍ଚିଦାନନ୍ଦ କର ଆସିବ ଆସିବ ତୁମ କଥା ସତେ ମନରେ ନ ଥିଲା କେବେ ଶୀତ ମିତ ଠାରୁ ତୁମରି ଆସିବା ଖବର ପାଇଲୁ ଏବେ ତୁମେ ତ ଆସୁଛ ବୋଲି ଫୁଲତୋଡା ହାତେ ଚାହିଁଛୁ ତୁମକୁ ଦୁଆର ରଖିଛୁ ଖୋଲି ।। ନୂଆ ବରଷ ହେ ଆସିଲେ ଦେଖିବ କେତେ ଯେ ଲାଗିଛୁ...

କବିତା:ଅସତ୍ୟ ସହର

  ଅନୀତା ଦାସ ଅସତ୍ୟ ସହର ,ଏ ଅସତ୍ୟ ସହର, ସତ୍ୟର ବଦଳେ ହୁଏ ଏଠି ମିଥ୍ୟା ର ପ୍ରଚାର। ମୃତ୍ୟୁ ଆସେ ଅକସ୍ମାତ ପ୍ରତି ଘରେ ଘରେ, ଜନ୍ମ ପୂର୍ବରୁ ଶ୍ୱାସ ରୁଦ୍ଧ ହୁଏ କେତେ ପ୍ରାଣର। ଅସତ୍ୟ ସହର ଏ ଅସତ୍ୟ ସହର, ମାନବିକତାର ହତ୍ୟା ହୁଏ ଏଠି...

କବିତା : ଅଧାନକ୍ସା ଘର

ହରପ୍ରସାଦ ମହାପାତ୍ର ଲୁହ ଓ ଲହୁର ରଙ୍ଗରେ ତିଆରିଲି ଘର । ବାପାଙ୍କୁ କଲି ମଝିଖୁଂଟ ବୋଉକୁ ଚୁଲି ଝିଙ୍କା ଦୁଃଖକୁ ଆଟିକା ବୟସକୁ ଚୁଲିମୁଣ୍ଡେ ଜାଳ ଲୁହକୁ ହାଣ୍ଡିର ଚାଉଳ, ତମେ ହେଲ ଘରର ଚାବିନେନ୍ଥା । ବାପା ଏବେ ମଥାନ ଉପର ଆକାଶର ତାରା, ବୋଉ ଏବେ ତୁଳସୀ ଚଉରା ତମେ ଆଉ କା’ର ହାଣ୍ଡିର ଚାଉଳ...

ସାହିତ୍ୟ