Latest Odisha News

BREAKING NEWS

Browsing Category

ଗଦ୍ୟ

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରତିଶ୍ରୁତି ଶବ୍ଦ ନିଅଣ୍ଟ ପଡ଼େ ତୁମ ପାଇଁ ଅଭିବ୍ୟକ୍ତିର ଫର୍ଦ୍ଦ ତିଆରି କଲାବେଳେ । ଭାବର ଉଛୁଳା ପରିପ୍ରକାଶକୁ ଧରି ହୁଏନି ଶବ୍ଦର ଜାଲରେ । ରଙ୍ଗମାନେ ବି କମ୍ ଲୁଚକାଳି ଖେଳନ୍ତିନି ଉକୁଟେଇବା ପାଇଁ ତୁମକୁ କାନ୍ଭାସର ଦେହରେ ।ଇଚ୍ଛା କରେ ଜନ୍ମ ହେଉ ନୂଆ ନୂଆ ଶବ୍ଦ ଆଉ ରଙ୍ଗ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କାକୁସ୍ଥ ପୃଥିବୀ  ସୋମବାର ନସରୁଣୁ ଚିଠି ପାଇଁ ଭାବ ସବୁ ଶବ୍ଦ ହୋଇ ଅଦୃଶ୍ୟରେ ବୁଣି ହେଉଥାଏ ମନର କେଉଁ ଏକ ଅପହଞ୍ଚ ଇଲାକାରେ । ଲେଖିବି ଲେଖିବି ହୋଇ ଡେଇଁଯାଏ ଅକ୍ଷରମାନଙ୍କ ମୋହକୁ ତୁମ ପାଇଁ ତିଆରି ହୋଇ ଚାଲିଥିବା ଅଭିମାନର ମଧୁର ଜଞ୍ଜାଳରେ । କହିପାର ନିଜକୁ ମୁଁ ବାରମ୍ବାର ଭୁଲୁଥାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସଖା ! ଏହି ସମ୍ବୋଧନ ତୁମ ପାଇଁ ପ୍ରଯୁଜ୍ୟ ବୋଲି ଖୁବ୍ ପିଲାବେଳୁ ବୁଝେଇ ଦେଇଥିଲେ ନନା । ମନେ ନାହିଁ ଆଜି ଯାଏଁ କେବେ ତୁମ ପାଖକୁ ଚିଠିଟେ ଲେଖିଛି ଖୁସିରେ । ଲୁହ ଆସିଲା କି ଆସିବାର ଉପକ୍ରମ କଲା ତ ଚିଠି ଲେଖିଯାଏ ମନରେ ନତୁବା କଲମ ଦେଇ କାଗଜ ଦେହରେ । ତୁମେ ତୁମର ସେହି ରଙ୍ଗା ଅଧରରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମୁଗ୍ଧ ବିଭାବରୀ ଆଜି କାଲି ଲେଖି ହେଉନି ଚିଠି । ଅକ୍ଷର ପଛରେ ଥିବା ଛୋଟବଡ଼ କାହାଣୀମାନ ଯେମିତି ତ୍ରସ୍ତ ଭାବେ ମୋଡି ହୋଇ ରହିଛନ୍ତି ଫର୍ଦ୍ଦର କଡ଼କୁ । ମୋତେ ଦିଶୁନି ସଫେଦ କାଗଜ ଫର୍ଦ୍ଦ ଯାହାକୁ ମୁଁ କେବେ ଆକାଶ କରି ବିଛେଇ ଦେଇପାରେ ପୁଣି ଚିରୁଡ଼ାଏ ଚିରୁଡ଼ାଏ କରି କାନ୍ଭାସ ଆକାରରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିଠି ଲାଗି ଚିଠି  ପରିସ୍ଥିତି ଦରକାର କରୁଥିବା କଥାକୁ ସଠିକ ବଖାଣି ପାରେନି ବୋଲି ଛୁଆବେଳୁ ଲେଖି ବସିଲି ଚିଠି । ରାଗି ଯାଉଥିବା ନନାଙ୍କୁ ଚିଠି , ମାଡ଼ ଦେଉଥିବା ବୋଉକୁ ଚିଠି , ଅକାରଣରେ ମାଡ଼ ଖୁଆଉଥିବା ସହପାଠୀଙ୍କୁ ଚିଠି , ପିଲାଙ୍କ କଥାରେ ମୋ ପିଠିରେ କୁଆଛୁଆ ଉଡ଼ିଗଲା ଭଳି ମାଡ଼…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସୌକୁମାର୍ଯ୍ୟ  ଅନ୍ତରଙ୍ଗତା, ଶ୍ରଦ୍ଧା,ଭଲ ପାଇବା ଏସବୁ ଶବ୍ଦ ଆମରି ମୁଣ୍ଡରୁ ବାହାରେ। ଆମ ଅନୁଯାୟୀ ତାର ପ୍ରସ୍ଥ , ଆୟତନ , ଦୈର୍ଘ୍ୟ ବାହାରୁ ବାହାରୁ ସେହିସବୁ ସ୍ଥୂଳତାର ରୂପ ପରିଗ୍ରହ କରେ । ମୁଁ ଭାବେ ଏସବୁ ଭାବ ଉପରେ କଣ ମଣିଷର ଏକଚାଟିଆ ଅଧିକାର ? ଏ ସୀମାହୀନ ପ୍ରକୃତିରେ କୋଉ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ବର୍ଷା ବରଣ ବର୍ଷା ଖୋଜୁଥିଲି । ତୁମକୁ ନେଇ ଥରେ ଅଧେ ତିଆରି ହେଉଥିବା ଅନିଶ୍ଚିତତାର ଡହକରୁ ମୁକୁଳିଯିବାକୁ ଚାହୁଁଥିଲି । ତୁମେପଣର ଆର୍ଦ୍ରତାରେ ଜୁଡୁବୁଡ଼ୁ ହେବାକୁ ଇଚ୍ଛାଟା ସବୁଦିନିଆଁ ଏବେ । ତୁମେ କିନ୍ତୁ ମେଘ ହୋଇ ଆଖି ପାଆନ୍ତାରେ ଥାଅ ସିନା ହାତ ପାଆନ୍ତାରେ ନୁହେଁ । ଅଭିମାନରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସ୍ୱପ୍ନପୁରୀ ତତେ କିଏ କାନ୍ଥ ବାଡର ଅନୁଷ୍ଠାନ କହିପାରେ , କେଉଁ ଦପ୍ତରରେ ଫାଇଲ ଭିତରେ ପଡିଥିବା କାଗଜ ଦେହର ନାଁ । କେତେ ଏକର ଜାଗାରେ କେତେଟା ଶ୍ରେଣୀଗୃହ , ଯାନବାହନ କି ଶିକ୍ଷକ ଶିକ୍ଷାର୍ଥୀଙ୍କୁ ନେଇ ତୋର ପରିଚୟ କାହା ପାଇଁ ତିଆରି ହୋଇ ଥାଇପାରେ ତ କାହା ପାଇଁ ତୁ ଆଶ୍ରୟସ୍ଥଳୀ ।…

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ । ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆପେକ୍ଷିକ  "ଜୀବନ ଦୁଇ ପଦର ଗୀତ - ପଦେ ସୁଖର ତ ପଦେ ଦୁଃଖର " ଏହି ପଦକ କଥା ବହି ଯାଉଥିବା ନଈ ଉଦ୍ଦେଶ୍ୟରେ କହିଥିଲ ସେଦିନ ଯେତେବେଳେକି ନଈ ସୁଅରେ ଭାସିଯାଉଥିବା ଅଳିଆସମୂହ ଚିତ୍ରବିଚିତ୍ର ହୋଇ ଆପଣା ଛନ୍ଦରେ ଚିତ୍ରାୟିତ ହେଉଥିଲେ ନଈର ଛାତିରେ । ମୁଁ ଭାବପ୍ରବଣ ହେଉଥିଲି କ୍ରମଶଃ ଠୁଳ…