ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଭିତରେ ଆହୁରି ଭୟଙ୍କର ହେଲା ଯୁଦ୍ଧ । ଦୀର୍ଘ ଦେଢ଼ ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଏବେ ଯୁଦ୍ଧ ପୂରା ଶୀର୍ଷରେ ପହଞ୍ଚିଛି । ଇସ୍ରାଏଲ ବାୟୁସେନା କହିଛି ଯେ ସେମାନେ ରବିବାର ହମାସର ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ସଫା କରିଛନ୍ତି । କେବଳ ଏତିକି ନୁହେଁ ଇସ୍ରାଏଲ ବାୟୁସେନା ହମାସର ଅନେକ ଅଞ୍ଚଳକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଛି । ଫଳରେ ସେଠାରେ ବଡ଼ ବଡ଼ ବିଲ୍ଡିଂ ଧ୍ୱଂସ ହୋଇଛି । ଇସ୍ରାଏଲର ଏହି ଆକ୍ରମଣରେ ପାଲେଷ୍ଟାଇନର ଅନେକ ସାଧାରଣ ଲୋକଙ୍କ ମଧ୍ୟ ଜୀବନ ଯାଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଗାଜାର ସୁରକ୍ଷା ଏଜେନ୍ସି କହିଛି ଯେ ଇସ୍ରାଏଲର ଏହି ଆକ୍ରମଣରେ ୩୦ରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ସୂଚନା ଥାଉକି ୨୦୨୪ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସ ପ୍ରଥମେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୨୦୦ରୁ ଅଧିକ ସାରାଣ ଲୋକ ପ୍ରାଣ ହରାଇଥିଲେ । ଏମିତିକି ହମାସ ମଧ୍ୟ କିଛି ଲୋକଙ୍କୁ ବନ୍ଧକ ରଖିଥିଲା ।
ସୂଚନାଥାଉକି, ପୂର୍ବରୁ ହମାସ ବନ୍ଦୀ ରଖିଥିବା ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସମର୍ଥନ ଜଣାଇବା ପରେ ଇସ୍ରାଇଲ କିଛି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲା । ଏହି ସମୟରେ ବନ୍ଦୀ ହୋଇଥିବା ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରାଯାଇଥିଲା ଏବଂ ହମାସ ଦ୍ବାରା ପ୍ରାୟ 143 ଇସ୍ରାଏଲ ବନ୍ଦକଙ୍କୁ ମୁକ୍ତ କରାଯାଇଥିଲା । ଏହା ପରେ ପୁଣି ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଆକ୍ରମଣ ପ୍ରତିଆକ୍ରମ । ଫଳରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଥିଲା ।