Latest Odisha News

BREAKING NEWS

ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ, କଂଗ୍ରେସକୁ ଦେଉଛନ୍ତି କଡ଼ା ଟକ୍କର

ନୂଆଦିଲ୍ଲୀ: ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ । କଂଗ୍ରେସ ଓ ସିପିଏମ ପ୍ରାର୍ଥୀଙ୍କୁ ଦେଉଛନ୍ତି କଡ଼ା ଟକ୍କର । ସୋନିଆ ବିଜେପିରୁ ନିର୍ବାଚନ ଲଢ଼ୁଥିବା କଥା ଶୁଣି ହୁଏତ ଆପଣ ଚମକି ପଡୁଥିବେ ନିଶ୍ଚିତ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ସୋନିଆ ଗନ୍ଧୀ କେମିତି ବିଜେପି ଟେକିଟ୍‌ରେ ନିର୍ବାଚନ ଲଢ଼ିବେ ? ହେଲେ ନାଁ ଟି ସତ, କିନ୍ତୁ ଆପଣ ଯେଉଁ ସୋନିଆ ଗନ୍ଧୀଙ୍କ କଥା ଭାବୁଛନ୍ତି ସେ ନୁହଁନ୍ତି ତାଙ୍କ ନାଁରେ ଥିବା ଆଉଜଣେ ମହିଳା ବିଜେପି ଟିକେଟରୁ କେରଳର ମୁନ୍ନାର ପଞ୍ଚାୟତରେ ନିର୍ବାଚନ ଲଢୁଛନ୍ତି । ତେବେ ବଡ଼ କଥା ହେଉଛି ବିଜେପିରୁ ପ୍ରାର୍ଥୀ ହୋଇଥିବା ସୋନିଆ ଗାନ୍ଧୀ ମଧ୍ୟ କଂଗ୍ରେସ ପରିବାରରୁ ଆସିଛନ୍ତି । ଯାହା ଚର୍ଚ୍ଚାକୁ ଆହୁରି କୌତୁହଳ କରାଇଛି । ଏହି ଅଦ୍ଭୁତ ସଂଯୋଗକୁ ନେଇ ରାଜନୀତି ବି ବେଶ୍ ଜୋର ଧରିଛି । ଏବେ ଆସନ୍ତୁ ଜାଣିବା ଏ ସୋନିଆ ଗାନ୍ଧୀଙ୍କ କଂଗ୍ରେସ ସହ କ’ଣ ରହିଛି ସମ୍ପର୍କ ? ଏବଂ କାହିଁକି ତାଙ୍କ ନାଁକୁ ନେଇ ଏତେ ଆଲୋଚନା ହେଉଛି।

ନଲ୍ଲଥନ୍ନୀ କଲ୍ଲାର (ୱାର୍ଡ ୧୬)ରୁ ପ୍ରାର୍ଥୀ ହୋଇଥିବା ୩୪ ବର୍ଷୀୟା ସୋନିଆ ଗାନ୍ଧୀ ହେଉଛନ୍ତି କଂଗ୍ରେସର ଜଣେ ଶ୍ରମିକ ନେତାଙ୍କ ଝିଅ। ତାଙ୍କ ବାପା ଦୁରେ ରାଜ କଂଗ୍ରେସର ସକ୍ରିୟ ସଦସ୍ୟ ଥିଲେ । ସେ କଂଗ୍ରେସକୁ ଏତେ ଭଲ ପାଆନ୍ତି ଯେ ଶେଷରେ ସୋନିଆ ଗାନ୍ଧୀଙ୍କ ନାଁରେ ତାଙ୍କ ଝିଅ ନାଁ ରଖିଦେଲେ । କିନ୍ତୁ ବିବାହ ପରେ ସବୁକିଛି ବଦଳିଗଲା। ସୋନିଆଙ୍କ ସ୍ୱାମୀ ସୁଭାଷ ବିଜେପିର ପଞ୍ଚାୟତ ମହାସଚିବ ଏବଂ ପୂର୍ବରୁ ଉପନିର୍ବାଚନରେ ଲଢ଼ିଥିବା ବ୍ୟକ୍ତି। ଏହି ବିବାହ ସୋନିଆଙ୍କୁ କଂଗ୍ରେସର ପରିବାରରୁ ବିଜେପିର ରାଜନୈତିକ କ୍ୟାମ୍ପରେ ପରିବର୍ତ୍ତନ କରାଇଦେଲା। ଏହି ରାଜନୈତିକ ଯାତ୍ରା ମୁନ୍ନାରର ସ୍ଥାନୀୟ ରାଜନୀତିରେ ଏକ ନୂଆ ମୋଡ଼ ଦେଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ ସୋନିଆଙ୍କ ନାମ କାରଣରୁ ବିଜେପିର ପ୍ରଚାର ଅଧିକ କୌତୁହଳ ସୃଷ୍ଟି କରିଛି।

ଅନେକ ଭୋଟର ଏହି ନାମର କୌତୁହଳରେ ବିଜେପିର ପ୍ରଚାର ସଭାକୁ ଯାଉଛନ୍ତି, ଯାହା ଦଳକୁ ଅଧିକ ସମର୍ଥନ ମିଳୁଛି ବୋଲି କୁହାଯାଉଛି। ଅନ୍ୟପଟେ ବିରୋଧୀ କଂଗ୍ରେସ ଓ ସିପିଏମ୍ ଏହାକୁ ଏକ ରାଜନୈତିକ ଚାଲ୍ ବୋଲି କହୁଛନ୍ତି। କଂଗ୍ରେସ ପ୍ରାର୍ଥୀ ମଞ୍ଜୁଳା ରମେଶ କହିଛନ୍ତି, ‘ନାମର ସଂଯୋଗକୁ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ସ୍ଥାନୀୟ ପ୍ରଂସଙ୍ଗକୁ କରୁଛି ବିଜେପି’ । ସେହିଭଳି ସୋନିଆ ନିଜେ କହୁଛନ୍ତି ଯେ ତାଙ୍କ ନାମ ଏକ ସଂଯୋଗ ମାତ୍ର, କିନ୍ତୁ ରାଜନୀତିରେ ତାଙ୍କର ଲକ୍ଷ୍ୟ ହେଉଛି ମୁନ୍ନାରର ସ୍ଥାନୀୟ ସମସ୍ୟା ଯେମିତି ରାସ୍ତାଘାଟ, ପାଣି ଓ ଶିକ୍ଷାର ଉନ୍ନତି। କେରଳର ପଞ୍ଚାୟତ ନିର୍ବାଚନ ଡିସେମ୍ବର ୯ ଓ ୧୧ରେ ଦୁଇ ପର୍ଯ୍ୟାୟରେ ହେବ, ଆଉ ଭୋଟ ଗଣତି ଡିସେମ୍ବରରେ ହେବ। ଏହି କାହାଣୀ ପ୍ରମାଣ କରୁଛି ଯେ ରାଜନୀତିରେ ନାମ, ପରିବାର ଓ ବିବାହ କେମିତି ଏକ ଅପ୍ରତ୍ୟାଶିତ ମୋଡ଼ ଆଣିପାରେ!

Leave A Reply

Your email address will not be published.