Latest Odisha News

BREAKING NEWS

ସଂସଦରେ ପାକିସ୍ତାନ ଜିନ୍ଦାବାଦ !ରାଗି ଉଠିଲେ ନିର୍ମଳା

ନୂଆଦିଲ୍ଲୀ : ୱାକଫ ବିଲ୍‌ ସଂପର୍କରେ ରାଜ୍ୟସଭାରେ ଆଲୋଚନା ବେଳେ ହଠାତ୍‌ ନେତାଙ୍କ କଥା କଟାକଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦଙ୍କଠାରୁ କଥା ଆରମ୍ଭ ହୋଇଥିବା ବେଳେ ନିର୍ମଳାଙ୍କ କ୍ରୋଧରେ କଥା ଶେଷ ହୋଇଥିଲା । କଂଗ୍ରେସ ସାଂସଦଙ୍କ କଥା ସରୁସରୁ ବିଜେପି ସାଂସଦ ରାଧାମୋହନ ଦାସ ଅଗ୍ରୱାଲଙ୍କ ଆଲୋଚନା ଆରମ୍ଭ ହୋଇଥିଲା ।
ନାସିର ହୁସେନଙ୍କୁ ଟାର୍ଗେଟ କରି ରାଧାମୋହନ କହିଥିଲେ ଯେ ତାଙ୍କ ଉପସ୍ଥିତିରେ କର୍ଣ୍ଣାଟକ ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ର ନାରା ଲାଗିଥିଲା । ସାଂସଦଙ୍କ ଏହି ଉକ୍ତି ପରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଅଭିଯୋଗ ଆଣିଥିଲେ ଯେ ରାଧାମୋହନ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଛନ୍ତି, ଯାହା ରାଜ୍ୟସଭାର ନିୟମବିରୁଦ୍ଧ। ଏକଥା ଶୁଣୁଶୁଣୁ ନିଜ ଦଳର ସାଂସଦଙ୍କ ସପକ୍ଷରେ କଡ଼ା ଯୁକ୍ତି ରଖିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।
ଏଇ କଥାକୁ ନେଇ ଗୃହ ମଧ୍ୟରେ ଜୋରଦାର ହୋହଲ୍ଲା କରିଥିଲେ ବିରୋଧୀ । ବିରୋଧୀଙ୍କ କଥା ଶୁଣି ହଠାତ୍‌ ରାଗିଯାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା । ବିରୋଧୀଙ୍କ ଉପରେ ଖୁବ୍‌ ବର୍ଷିଥିଲେ । ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ହସ୍ତକ୍ଷେପ ପରେ ଗୃହ ସ୍ବାଭାବିକ ଭାବେ ଚାଲିଥିଲା । ଗୃହର ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି ଟିଭି ପରଦାରେ ଦର୍ଶକ କିନ୍ତୁ ଏହି ଦୃଶ୍ୟକୁ ବେଶ୍‌ ଉପଭୋଗ କରିଥିଲେ ।

Comments are closed.