ବ୍ରହ୍ମପୁର: ବଜାରରେ ସଉଦା କିଣିଲା ବେଳେ ହଜିଗଲା ମୋବାଇଲ୍। ଆଉ ଏହାର କିଛି ସମୟ ପରେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧ଲକ୍ଷ ୨୫ ହଜାର ଟଙ୍କା। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର ଭେଜିପୁଟ ଅଞ୍ଚଳର ଜଣେ ବ୍ୟକ୍ତି ବ୍ରହ୍ମପୁର ଇଞ୍ଜନିୟରିଂ ସ୍କୁଲ ଛକ ନିକଟରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି। ଗତ ୨୪ ତାରିଖ ଦୀପାବଳି ପାଇଁ ସାମଗ୍ରୀ କିଣିବାକୁ ଆଙ୍କୁଲି ଶିଳ୍ପାଞ୍ଚଳ ବଜାରକୁ ଯାଇଥିଲେ। ଦୋକାନ ବୁଲି ବୁଲି ସାମଗ୍ରୀ କିଣୁଥିଲେ। ଏହି ସମୟରେ କେଉଁ ଏକ ଦୋକାନରେ ମୋବାଇଲ ଛାଡ଼ି ଦେଲେ। ଆଖପାଖରେ ଖୋଜାଖୋଜି ପରେ ମଧ୍ୟ ମୋବାଇଲ୍ ମିଳିଲାନି। ଶେଷରେ ସେ ସେହି ନମ୍ବରର ଆଉ ସିମ୍ କାର୍ଡ ଏବଂ ମୋବାଇଲ ନେଇଥିଲେ। ସେହି ମୋବାଇଲରେ ଫୋନ ପେ’ ଇନଷ୍ଟଲ୍ କରିବା ପରେ ବ୍ୟାଙ୍କ ଆକାଉଣ୍ଟ ଦେଖିଲା ବେଳକୁ ଟଙ୍କା ଗାଏବ ହୋଇଯାଇଥିଲା। ୧୦ଟି ପର୍ଯ୍ୟାୟରେ ଟଙ୍କା ଗାଏବ ହୋଇଛି ଜାଣିବାକୁ ପାଇଥିଲେ। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
BREAKING NEWS
- ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…
- ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ
- ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ
- ‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…
- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର
- ଭୋଜିରେ ରାଇତା ଖାଇ ହଟହଟା; ରାବିଜ୍ ଟୀକା ନେବାକୁ ହସ୍ପିଟାଲ୍ ଦୌଡିଲେ ୨୦୦ରୁ ଅଧିକ ଲୋକ
- ଗଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ଗଡିବ ଓଡ଼ିଶା ପ୍ରଜ୍ଞାପନ ମେଢ଼
- ବିଜୟ ହଜାରେ ଟ୍ରଫି: ଗୋବିନ୍ଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଆନ୍ଧ୍ରକୁ ହରାଇଲା ଓଡିଶା
- ଦୁବାଇରେ ମଶା ଆତଙ୍କ, ସରକାର ଦେଲେ ଟିପ୍ସ…
- Public Grievance: ଏହି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
Comments are closed.