ନୂଆଦିଲ୍ଲୀ : ନୂଆବର୍ଷ ଉତ୍ସବରେ ବଡ଼ ଦୁର୍ଘଟଣା । ଚାଲିଗଲା ୧୨ ଜଣଙ୍କ ଜୀବନ। ଆମେରିକାର ନ୍ୟୁ ଅର୍ଲିନ୍ସରେ ନୂଆବର୍ଷ ଉତ୍ସବରେ ଲୋକଙ୍କ ଭିଡ଼ ଭିତରକୁ ମାଡ଼ିଗଲା ଟ୍ରକ୍ । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ମହିଳା ଓ ଶିଶୁ । ବୋରବନ ଷ୍ଟ୍ରୀଟରେ ଉତ୍ସବ ଚାଲିଥିବା ବେଳେ ମାଡ଼ିଆସିଲା ଟ୍ରକ । ସ୍ଥିତି ଏଭଳି ହୋଇଥିଲା, ଘଟଣାସ୍ଥଳରେ ହିଁ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଟ୍ରକ ଡ୍ରାଇଭର ଭିଡ଼ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲା । କିଛି ସମୟ ପାଇଁ ଦୁର୍ବୃତ୍ତ ଓ ପୋଲିସ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ପୋଲିସ ଗୁଳିଲେ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଛି ।
ଘଟଣା ଘଟିବା ପରେ ଆମେରିକା ପୋଲିସ ସ୍ପଷ୍ଟୀକରଣ ରଖିଛି । ଏହା ଏକ ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ସ୍ପଷ୍ଟ କରିଛି FBI। ନ୍ୟୁ ଅର୍ଲିନ୍ସ ପୋଲିସ ସ୍ଥିତି ସମ୍ଭାଳିବା ସହ ତଦନ୍ତ ଆରମ୍ଭ କରିଛି । ଟ୍ରକ ଡ୍ରାଇଭର ପାଖରୁ କିଛି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଛି ପୋଲିସ । ଟ୍ରକ ଡ୍ରାଇଭର ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ନିଜ ନିୟନ୍ତ୍ରଣରେ ନଥିଲେ । ଯାହାଫଳରେ ଜଣଙ୍କ ପରେ ଜଣେ ଦୁର୍ଘଟଣାର ଶିକାର ହୋଇଥିଲେ ।
ସବୁଠାରୁ ବଡ଼ କଥା ହେଉଛି ଡ୍ରାଇଭର ଜଣଙ୍କ ଅଧିକରୁ ଅଧିକ ଲୋକଙ୍କୁ ମାରିବାକୁ ଚେଷ୍ଟା କରୁଥିଲା ବୋଲି କହିଛି ପୋଲିସ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଗତ ନଭେମ୍ବରରେ ନ୍ୟୁ ଅର୍ଲିନ୍ସରେ ଏକ କାର୍ଯ୍ୟକ୍ରମରେ ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିଲେ ।
Comments are closed.