ବ୍ରହ୍ମପୁର: ଗତ କିଛି ଦିନ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁରର ଦୌରାତ୍ମ ଦେଖିବାକୁ ମିଳିଥିଲା। ତେବେ ଏହାକୁ ରୋକିବା ପାଇଁ ବିଶ୍ବବିଦ୍ୟାଳୟର କେତକ କର୍ମଚାରୀଙ୍କ ଅମାନବୀୟ କାଣ୍ଡକୁ ଏବେ ସବୁ ମହଲରୁ ନିନ୍ଦା କରାଯାଉଛି।
ଘଟଣା ହେଲା, ମଙ୍ଗଳବାର ବାଳିକା ହଷ୍ଟେଲ ପରିସରରେ ୧୨ଟି ବୁଲା କୁକୁରକୁ କେତେକ କର୍ମଚାରୀ ବାନ୍ଧି ଦେଇଥିଲେ । କୁକୁରଗୁଡ଼ିକର ଗୋଡ ଏବଂ ମୁହଁକୁ ରଶିରେ ବାନ୍ଧି ଦେଇ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ବୁଧୁବାର କୁକୁରଗୁଡ଼ିକର ଖାଦ୍ୟରେ ବିଷ ଦେଇ ମାରିବାକୁ ଯୋଜନା ରହିଥିବା ସୂଚନା ମିଳିଥିଲା । ଏହି ଘଟଣା ନେଇ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ରୋନାଲିଙ୍କ ସମେତ ବଳରାମ ମହାନ୍ତି, ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଭଞ୍ଜବିହାର ଫାଣ୍ଡିରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସାଥୀରେ ପୋଲିସକୁ ନେଇ ଛାତ୍ରୀ ନିବାସକୁ ଯାଇଥିଲେ । ସେଠାରେ ବନ୍ଧା ହୋଇଥିବା କୁକୁରକୁ ଉଦ୍ଧାର କରାଯାଇଛି। ଏହାକୁ କିନ୍ତୁ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ଏବଂ କେତେକ ଛାତ୍ରଛାତ୍ରୀ ବିରୋଧ କରିଥିଲେ । ଫଳରେ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି କୁକୁରକୁ ଉଦ୍ଧାର କରାଯାଇ ଛାଡ଼ି ଦିଆଯାଇଛି। ସଂଘର ସଭାନେତ୍ରୀ ପାଣିଗ୍ରାହୀଙ୍କ କହିବାନୁଯାୟୀ, ୧୨ଟି ବନ୍ଧା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଛି। ବୁଧବାର ବ୍ରହ୍ମପୁର ଏସପିଙ୍କ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ଏ ନେଇ ହଷ୍ଟେଲ ୱାଡେନ ପ୍ରଫେସର୍ ବରାଳ କହିଥିଲେ ଯେ, ଛାତ୍ରୀମାନେ କୁକୁର କାମୁଡିବା ଭୟ ନେଇ ଅଭିଯୋଗ କରିଥିଲେ। ବ୍ରହ୍ମପୁର ମହାନଗର ନିଗମ ଏବଂ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ କୁକୁରକୁ ଅନ୍ୟତ୍ର ନେବାକୁ ବାନ୍ଧିଥିଲେ ବୋଲି କହିଛନ୍ତି।
BREAKING NEWS
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ECoR
- ୧୯ ବର୍ଷରୁ କମ ମହିଳା କ୍ରିକେଟ: ବିସିସିଆଇ ନିକଟରେ ଅଭିଯୋଗ କଲା ଝାରଖଣ୍ଡ
- ଭାଷାକୁ ବର୍ଣ୍ଣାଶୁଦ୍ଧିରୁ ମୁକ୍ତ କରିବା ପାଇଁ ଡିସେମ୍ବର ୧୪ ‘ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ’ ଘୋଷଣା
- ସିଆଇଡି ସ୍ରଷ୍ଟା ବି.ପି. ସିଂହଙ୍କ ପରଲୋକ, ଶ୍ରଦ୍ଧାଂଜଳି ଜଣାଇଲେ ତାରକା

Comments are closed.