Latest Odisha News

ପୂରା ପରିବାରକୁ ନିଶା ଦେଇ ପ୍ରେମିକ ସହ ନାବାଳିକା ଫେରାର

ଯାଜପୁର : ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଗଲେ ନାବାଳିକା। ପ୍ରେମିକର ପ୍ରରୋଚନାରେ ନାବାଳିକା ଜଣକ ଏପରି କାଣ୍ଡ କରିଥିବା ଜଣାପଡ଼ିଛି । ଏବେ ପୂରା ପରିବା ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପରିବାରେ ୫ ଜଣ ସଦସ୍ୟ ସହ ଝିଅର ବାପା ମଧ୍ୟ ରହିଛନ୍ତି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ପଳାଇ ଯିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ଯାଜପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ନାବାଳିକା ଝଅର ବାପା କହିଛନ୍ତି, ଗତକାଲି ରାତିରେ ଝିଅ ପାଇଁ ଚାଉମିନ ଆଣିଥିଲି । ଏହାପରେ ଭଦ୍ରକ ଯାତ୍ରା ଦେଖିବାକୁ ଯାଇଥିଲି । ଯାତ୍ରାରୁ ଫେରିବା ପରେ ଭାତ ସହ ଅଣ୍ଡା ତରକାରି ଖାଇଥିଲି । ହେଲେ ତରକାରି ପିତା ଲଗାଥିଲା । ପରେ ଜାଣି ପଡ଼ିଥିଲା ଯେ ଏଥିରା ନିଶା ଔଷଧ ମିଶା ଯାଇଛି ।

ପରିବାର ବାପା, ମା’ ସହ ୩ ଭାଇଭଉଣୀଙ୍କୁ ନିଶା ଦେଇ ନାବାଳିକା ଜଣକ ଫେରାର ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ଘରୁ ସୁନା ଓ ଅଳଙ୍କାର ନେଇ ଜଣେ ଯୁବକଙ୍କ ସହ ଫେରାର ହୋଇଥିବା ଜଣାପଡ଼ିଛି।

Comments are closed.