କୋରାପୁଟ: ହଷ୍ଟେଲ ଆସିଥିଲେ ପାଠ ପଢିବାକୁ । ହେଲେ ଭୋକିଲା ପେଟରେ କଣ ବା ପାଠ ପଢିବେ ? ତେଣୁ ଖାଇବାକୁ ନ ପାଇ ହଷ୍ଟେଲରୁ ବାହାରି ଚାଲି ଚାଲି ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ ଏହି ୧୪ ଛାତ୍ର । କୁନି କୁନି ପିଲା ଭୋକିଲା ପେଟରେ ଚାଲି ଚାଲି ଘରକୁ ଫେରୁଛନ୍ତି । ଏଭଳି ଏକ ଘଟଣା ଗତକାଲି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳରେ ।
ବୈପାରୀଗୁଡାରେ ରହିଛି ୪୦ ଶଜ୍ୟା ବିଶିଷ୍ଟ ଛାତ୍ରlବାସ । ଏହି ଛାତ୍ରlବାସରେ ମାଦି,ପାମୀ,ତକାଲ,ମାଲିଗୁଡା ଆଦି ଗାଁର ପିଲାମାନେ ରହି ପାଠ ପଢନ୍ତି । ପ୍ରାୟ ୧୪ ଜଣ ଛାତ୍ର ଗତକାଲି ହଷ୍ଟେଲ ଛାଡିଛନ୍ତି l ସେମାନେ ହାତରେ ନିଜ ନିଜ ବହି ବସ୍ତାନି ଧରି ହଷ୍ଟେଲ ଛାଡି ଚାଲି ଚାଲି ନିଜ ଗାଁକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l
ଏ ନେଇ ପିଲାଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ, ଛାତ୍ରlବାସରେ ସେମାନଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉନି । ଏଣୁ ସେମାନେ ହଷ୍ଟେଲ ଛାଡିଲେ l ଅନ୍ୟପକ୍ଷେ ପିଲାଙ୍କ ଅଭିଭାବକମାନେ ବିଭାଗୀୟ ଅଧିକାରୀଙ୍କ ଦାୟୀତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି l ପିଲାମାନଙ୍କୁ ପାଠ ପଢିବା ପାଇଁ ବାପା-ମା ମାନେ ହଷ୍ଟେଲରେ ଛାଡି ଘରେ ନିଶ୍ଚିନ୍ତରେ ରହିଥିବା ବେଳେ ପିଲାମାନେ ଏଠି ଏପରି ହଇରାଣ ହେଉଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଘଟଣାର ତଦନ୍ତ ପାଇଁ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଛି ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି l
Comments are closed.