ଭୁବନେଶ୍ୱର:ମୋଦି ବିରୋଧୀ କ୍ୟାମ୍ପ ବୈଠକରେ ସାମିଲ ହେଉଛି ବିଜେଡି ।୨୫ ବର୍ଷର ଇତିହାସରେ ବିଜେଡି ରାଜନୀତିରେ ବଡ଼ ପରିବର୍ତ୍ତନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡାକିଥିବା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ତଥା ଡିଲିମିଟେସନ୍ ବୈଠକରେ ସାମିଲ ହେବାକୁ ଏବେ ଚେନ୍ନାଇ ପୂର୍ବତନ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ଚେନ୍ନାଇ ବିମାନ ବନ୍ଦରରେ ଉଭୟଙ୍କୁ ସ୍ଵାଗତ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସାଂସଦ ଦୟାନିଧି ମାରାନ୍ ଏଵଂ ରାଜ୍ୟସଭା ସାଂସଦ କାନିମୋଝି ସୋମୁ।
ଏହି ବୈଠକରେ ଯୋଗଦେବା ପାଇଁ ଷ୍ଟାଲିନଙ୍କ ନିମନ୍ତ୍ରଣ ପତ୍ର ଧରି ଦୟାନିଧି ମାରାନ୍ ଓ ରାଜ୍ୟର ଶିଳ୍ପ ମନ୍ତ୍ରୀ ନବୀନ ନିବାସ ଆସି ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ । ପିସିସି ସଭାପତି ଭକ୍ତ ଦାସ ବି ବୈଠକରେ ଯୋଗଦେବା ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି । କାଲି ହେଉଥିବା ବୈଠକରେ ବିଶେଷକରି ଦକ୍ଷିଣ ଓ ପୂର୍ବ ଭାରତ କିଛି ନେତା ସାମିଲ ହେଉଛନ୍ତି । ୨୦୨୬ରେ ଡିଲିମିଟେସନ ହେବା ସଂଭାବନା ରହିଛି। ଆଉ ଅମର ପଟ୍ଟନାୟକ କହିଛନ୍ତି ଡିଲିମିଟେସନ୍ ଦ୍ବାରା ଓଡ଼ିଶା ପ୍ରଭାବିତ ହେବ । ତେଣୁ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ବିଜେଡି ବୈଠକରେ ଯୋଗ ଦେଉଛି।