Latest Odisha News

BREAKING NEWS

ରୋଷେଇ ଘରୁ ଉଦ୍ଧାର ହେଲା ୨୪ ଟି ନାଗ ଛୁଆ

ଯାଜପୁର: ଯାଜପୁରରୁ ଉଦ୍ଧାର ହୋଇଛି ୨୪ ଟି ନାଗ ସାପ ଛୁଆ।ମିଳିଥିବା ସୂଚନାନୁସାରେ, ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ପଙ୍କପାଳ ଗ୍ରାମର ମହେଶ୍ଵର ରାୟ ଙ୍କ ରୋଷେଇ ଘରୁ ଉଦ୍ଧାର ହୋଇଛି ୨୪ଟି ନାଗ ସାପ ଛୁଆ।

ସୂଚନା ମୁତାବକ ମହେଶ୍ଵର ଙ୍କ ରୋଷେଇ ଘରେ ଗତ ୨ ଦିନ ହେବ ନାଗ ସାପ ଛୁଆ ବହାରୁଥିବାର ସେ ଦେଖିବାକୁ ପାଇଥିଲେ। ତେଣୁ ରବିବାର ଦିନ ସେ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ସହ ଯୋଗାଯୋଗ କରି ତାଙ୍କୁ ଡକାଇଥିଲେ। ପରେ ଯାଜପୁର ରୋଡ଼ ସ୍ନାକ ହେଲ୍ପଲାଇନ ସଦସ୍ୟ ରମାକାନ୍ତ ମହାନ୍ତ ସେଠାରେ ପହଞ୍ଚି ତାଙ୍କ ରୋଷେଇ ଘରେ ଥିବା ଏକ ଗାତ ରୁ ୨୪ ଟି ନାଗ ସାପ ଛୁଆ ଉଦ୍ଧାର କରିଛନ୍ତି। ଏହି ସାପ ଗୁଡିକୁ ସୋମବାର ଦିନ ସ୍ଥାନୀୟ ବରାଙ୍ଗ ଜଙ୍ଗଲରେ ଛାଡିଦିଆଯିବ ବୋଲି ରମାକାନ୍ତ ସୂଚନା ଦେଇଛନ୍ତି।

Comments are closed.