ବାଲେଶ୍ୱର: ବାଲେଶ୍ୱରରେ ଗତ ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ଆର୍ଡିସି ଅନୀଲ ସାମଲ ସ୍ଥିତି ସମୀକ୍ଷା କରିଛନ୍ତି । କଣ୍ଟେନମେଂଟ ଜୋନ୍ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ତଦାରଖ କରିଛନ୍ତି ଆର୍ଡିସି ।
ସ୍ଥିତି ସମୀକ୍ଷା ପରେ ଆର୍ଡିସି କହିଛନ୍ତି ଯେ, ଗତ ଦୁଇ ମାସରେ ପଡୋଶୀ ରାଜ୍ୟ ତଥା ପଶ୍ଚିମବଙ୍ଗରେ କାମ କରୁଥିବା ପ୍ରାୟ ୨୮ ଶହରୁ ଅଧିକ ଲୋକ ସୀମା ଡେଇଁ ବାଲେଶ୍ୱରକୁ ଆସିଛନ୍ତି ।
ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ୱାରା ଡାଟା ପ୍ରସ୍ତୁତ କରାଯାଇଛି। ସେ ସମସ୍ତ ଲୋକଙ୍କୁ ଖୋଜି କ୍ୱାରେଣ୍ଟାଇନରେ ରଖାଯିବା । ୧୪ ଦିନ ଭିତରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ । କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ ।
ସେ ଆହୁରି କହିଛନ୍ତି ଯେ, କିଛି ଲୋକ ଆମ୍ବୁଲାନ୍ସରେ ମଧ୍ୟ ସୀମା ପାର୍ ହୋଇ ଆସିଛନ୍ତି । ସେମାନଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ରେ ରଖାଯିବ । ସେହିପରି ବେଆଇନ ପରିବହନ କରିଥିବା ଆମ୍ବୁଲାନ୍ସ ପ୍ରତି ପୁଲିସ୍ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦ୍ରାଞ୍ଚଳ ଆର୍ଡିସି କହିଛନ୍ତି ।
BREAKING NEWS
- ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
Comments are closed.