Latest Odisha News

BREAKING NEWS

୨ ମାସରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସିଛନ୍ତି ୨୮ ଶହ ଲୋକ

ବାଲେଶ୍ୱର: ବାଲେଶ୍ୱରରେ ଗତ ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ଆର୍‌ଡିସି ଅନୀଲ ସାମଲ ସ୍ଥିତି ସମୀକ୍ଷା କରିଛନ୍ତି । କଣ୍ଟେନମେଂଟ ଜୋନ୍ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ତଦାରଖ କରିଛନ୍ତି ଆର୍‌ଡିସି ।
ସ୍ଥିତି ସମୀକ୍ଷା ପରେ ଆର୍‌ଡିସି କହିଛନ୍ତି ଯେ, ଗତ ଦୁଇ ମାସରେ ପଡୋଶୀ ରାଜ୍ୟ ତଥା ପଶ୍ଚିମବଙ୍ଗରେ କାମ କରୁଥିବା ପ୍ରାୟ ୨୮ ଶହରୁ ଅଧିକ ଲୋକ ସୀମା ଡେଇଁ ବାଲେଶ୍ୱରକୁ ଆସିଛନ୍ତି ।
ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ୱାରା ଡାଟା ପ୍ରସ୍ତୁତ କରାଯାଇଛି। ସେ ସମସ୍ତ ଲୋକଙ୍କୁ ଖୋଜି କ୍ୱାରେଣ୍ଟାଇନରେ ରଖାଯିବା । ୧୪ ଦିନ ଭିତରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ । କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ ।
ସେ ଆହୁରି କହିଛନ୍ତି ଯେ, କିଛି ଲୋକ ଆମ୍ବୁଲାନ୍ସରେ ମଧ୍ୟ ସୀମା ପାର୍ ହୋଇ ଆସିଛନ୍ତି । ସେମାନଙ୍କୁ ଠାବ କରି କ୍ୱାରେଣ୍ଟାଇନ୍‌ରେ ରଖାଯିବ । ସେହିପରି ବେଆଇନ ପରିବହନ କରିଥିବା ଆମ୍ବୁଲାନ୍ସ ପ୍ରତି ପୁଲିସ୍ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି କହିଛନ୍ତି ।

Leave A Reply

Your email address will not be published.