Latest Odisha News

BREAKING NEWS

ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୪ ଜଣ

କଟକ: ଗଜଲକ୍ଷ୍ମୀ ପୂଜା ଶେଷ ପରେ ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି । ବୁଧବାର ବିଳମ୍ବିତ ରାତିରେ ମାଆଙ୍କ ମୂର୍ଣ୍ମୟୀ ମୂର୍ତ୍ତି ବିସର୍ଜନ ବେଳେ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିଲେ ୪ ଜଣ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜଣଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ, ମୂର୍ତ୍ତି ବିସର୍ଜନ ବେଳେ ଜଣେ ଭାସି ଯିବାରୁ ତାକୁ ଉଦ୍ଧାର କରିବା ପାଇଁ ୩ ଜଣ ପାଣିକୁ ଡେଇଁଥିଲେ । କିନ୍ତୁ ସେମାନେ ବି ଭାସି ଯାଇଥିଲେ । ପରେ ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଚାଉଳିଆଗଞ୍ଜର ତ୍ରିଲୋଚନ ମୋହନ, ନିଲୁ ସାହୁ ଏବଂ ଚୌଦ୍ୱାରର ବାଦଲ ସାହୁ ନିଖୋଜ ଥିଲେ ।

ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ବେଳେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଆଉ ୨ ଜଣ ନିଖୋଜ ରହିଥିବା ବେଳେ ସେମାନଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ । କେନାଲ୍ ଗେଟ୍ ବନ୍ଦ କରାଯାଇ ନଥିବାରୁ ଅଘଟଣ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ।

Leave A Reply

Your email address will not be published.