Latest Odisha News

ଜାନୁଆରୀ ୨୬ ସୁଦ୍ଧା ଓଡ଼ିଶାରେ 5G ସେବା

ଭୁବନେଶ୍ୱର: ଓଡ଼ିଶାକୁ ମିଳିବ 5G ସେବା । ଜାନୁଆରୀ ୨୬, ୨୦୦୩ରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଲଞ୍ଚ ହେବ 5G ସର୍ବିସ । ଗୁରୁବାର ଭୁବନେଶ୍ୱର ରେଲୱେ ଷ୍ଟେଶନ ନବୀକରଣର ଶିଳାନ୍ୟାସ ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଏହି ଅସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଓଡ଼ିଶାର କେଉଁ ଅଞ୍ଚଳରେ  ମୋବାଇଲ ନେଟୱର୍କ ସୁବିଧା ନାହିଁ ତାହାର ଏକ ସର୍ଭେ କରାଯାଇଥିଲା । ସେହି ସବୁ ଗ୍ରାମାଞ୍ଚଳରେ ହାଇସ୍ପିଡ 4G/5G ସେବା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନିର୍ଦ୍ଦେଶ ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଥିଲେ, ପୂର୍ବରୁ ରେଲୱେ ଏବଂ ଟେଲିକମ୍‌ରେ ଓଡ଼ିଶାକୁ ଅବହେଳା ହେଉଛି ବୋଲି କୁହାଯାଉଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିକମ ପାଇଁ ୫ ହଜାର ୬ ଶହ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି।

ଏଠି ମନେପକେଇ ଦେବାକୁ ଚାହିଁବୁ ଯେ,  ଅକ୍ଟୋବର ୧୬ରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, ୨୦୨୩ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ୪ଟି ସହରରେ 5G ସେବା ମିଳିବ । ଆସନ୍ତାବର୍ଷ ଶେଷ ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳକୁ ଏହି ସେବା ଯୋଗାଇ ଦିଆାଯିବ । ସେହି ଅନୁସାରେ ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି ।

5G ସେବା ଟେଲିକମ ଉପଭୋକ୍ତାଙ୍କୁ ଅଧିକ ସୁବିଧା ପ୍ରଦାନ କରିବା । 4G ଠାରୁ ଏହା ୧୦ ଗୁଣ ଅଧିକ ସ୍ପିଡରେ ସେବା ଯୋଗାଇ ଦେବ । ଗୋଟଏ ଫାଇଲ ଡାଉନଲୋଡ କରିବା ପାଇଁ 2Gରେ ୫୬ ଘଣ୍ଟା ନେଉଥିବାବେଳେ 3Gରେ ୨ ଘଣ୍ଟା ଏବଂ 4Gରେ ୪୦ ମିନିଟ ନେଉଥିଲା । ହେଲେ 5Gରେ ଏହା ମାତ୍ର ୩୫ ସେକେଣ୍ଡ ସମୟ ନେବ ।

Leave A Reply

Your email address will not be published.