ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମଦନମୋହନପୁରରୁ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଉକ୍ତ ଗ୍ରାମର ନାୟକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଧାମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଏହାପରେ ଉକ୍ତ ସ୍ଥାନରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ପହଞ୍ଚି ଅଜଗର ସାପଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୭ ଫୁଟ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସାପଟି ଜନବସତି ମୁହାଁ ହୋଇଥିବା ସେ କହିଛନ୍ତି। ଅଜଗର ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ତାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି ।
BREAKING NEWS
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
- Illegal Cattle Smuggling:ଥମୁନି ବେଆଇନ ଗୋ ଚାଲାଣ: ତେଲ ଟ୍ୟାଙ୍କର ଭିତରେ ଥିଲେ ୩୫ରୁ ଅଧିକ ଗୋରୁ
- ଓଡିଶାରୁ ୩ ଜଣଙ୍କୁ ମିଳିପାରେ ପଦ୍ମଶ୍ରୀ ପୁରସ୍କାର
- ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହେଲା ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି
- ଭାରତର ଏକମାତ୍ର ଗଣତନ୍ତ୍ର ଦିବସ ଯେଉଁଥିରେ ଜଣେ ପାକିସ୍ତାନୀ ନେତା ହୋଇଥିଲେ ମୁଖ୍ୟ ଅତିଥି…
- Munir’s army: ପିଲା ଏବଂ ମହିଳାଙ୍କୁ ଅପହରଣ କରୁଛି ପାକିସ୍ତାନ ସୁରକ୍ଷା ବାହିନୀ? ପାକ୍ ବିରୋଧରେ ଜୋରଦାର ପ୍ରତିବାଦ
- ଫେବୃଆରୀରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି…
- Caravan Bus: କୋଣାର୍କରୁ ଗଡିଲା କାରାଭାନ ବସ୍, ପର୍ଯ୍ୟଟକଙ୍କୁ ଦେବ ବିଳାସପୂର୍ଣ୍ଣ ଅନୁଭୂତି
- ମୋହସିନ୍ ନକଭିଙ୍କ ବୟାନକୁ ନେଇ ଆଇସିସିର ଚେତାବନୀ; ଟି-୨୦ ବିଶ୍ୱକପରୁ ବାହାରିଲେ…
- ସାବଧାନ! ୧୪ କୋଟିରୁ ଅଧିକ ଉପଭୋକ୍ତାଙ୍କ ତଥ୍ୟ ଲିକ୍; ବିପଦରେ ଆପଣଙ୍କ Gmail, Facebook, Instagram, ଏବଂ Netflix ଆକାଉଣ୍ଟ୍!
Comments are closed.