ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମଦନମୋହନପୁରରୁ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଉକ୍ତ ଗ୍ରାମର ନାୟକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଧାମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଏହାପରେ ଉକ୍ତ ସ୍ଥାନରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ପହଞ୍ଚି ଅଜଗର ସାପଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୭ ଫୁଟ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସାପଟି ଜନବସତି ମୁହାଁ ହୋଇଥିବା ସେ କହିଛନ୍ତି। ଅଜଗର ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ତାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି ।
BREAKING NEWS
- ରାଜ୍ୟରେ ଲାଗୁ ହେବ ୟୁସିସି ! ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାରୀ
- ୨ ହଜାରରୁ ଅଧିକ UPI ନେଣଦେଣ କଲେ ଲାଗିବ କି ଚାର୍ଜ, ଜାଣନ୍ତୁ କଣ ରହିଛି ନୂଆ ନିୟମ…
- ଏଥିପାଇଁ ଓଡିଶାର ୧୦୬ ଏକର ଜମି ନେବ ଆନ୍ଧ୍ର !
- ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧି
- ପୁଣି ଡରାଇଲା ଅକ୍ଟୋବର! ୨୦ ରେ ଲଘୁଚାପ, ଆସୁଛି ୩ଟି ବାତ୍ୟା
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
- Nuakhai 2026: ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
- ବ୍ରାଣ୍ଡ ” ବୈଭବ ” ବିଜ୍ଞାପନ ପାଇଁ ଦିନକୁ ଦେଢ଼ କୋଟି ରୁ ୨ କୋଟି ରୋଜଗାର
- ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କଣ ରହିଛି କାରଣ…
- ୧୯ରୁ ଫେରିଯିବ ମୌସୁମୀ ବାୟୁ…

Comments are closed.