Latest Odisha News

BREAKING NEWS

ମହାକାଶ ବିଜ୍ଞାନ ଉପରେ ଅଧିକ ଜାଣିବାର ଇଚ୍ଛା ଅଛି କି? ଦେଖନ୍ତୁ ଏହି ସବୁ ଭାରତୀୟ ଚଳଚ୍ଚିତ୍ର

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ ୱିଲମୋର ୯ ମାସ ମହାକାଶରେ ରହିବା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପ୍‌ସୁଲରେ ସୁନୀତା ଓ ବୁଚ୍‌ଙ୍କ ସହ ‘କ୍ରିଉ ୯’ ମିଶନର ଅନ୍ୟ ୨ ସଦସ୍ୟ ଆମେରିକୀୟ ମହାକାଶଚାରୀ ନିକ୍‌ ହଗ୍‌ ଓ ରୁଷୀୟ କସ୍ମୋନଟ୍‌ ଆଲେକଜାଣ୍ଡର ଗୋର୍ବୁନୋଭ ମଧ୍ୟ ପୃଥିବୀ ଉପରେ ସଫଳତାର ସହ ଅବତରଣ କରିଥିଲେ। ଯାହା ଏବେ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ଏପରି ସଂଘର୍ଷପୂର୍ଣ୍ଣ ଅନେକ କାହଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଯାହା ଆପଣଙ୍କୁ ଦେଖିବା ଆବଶ୍ୟକ।

ଜିରୋ

ଏହି ଚଳଚ୍ଚିତ୍ରଟି ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ଶାହାରୁଖ ଖାନ ଏବଂ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ ରାୟ। ଏହି ଫିଲ୍ମରେ ଅନୁଷ୍କା ଶର୍ମା ଜଣେ ଅନ୍ତରୀକ୍ଷ ବୈଜ୍ଞାନିକର ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମରେ ଅନ୍ତରୀକ୍ଷ ସମ୍ପର୍କିତ ଦୃଶ୍ୟ ଦେଖାଯାଇଛି।

ମିଶନ ମଙ୍ଗଳ

‘ମିଶନ ମଙ୍ଗଳ’ ଚଳଚ୍ଚିତ୍ରଟି ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ଅକ୍ଷୟ କୁମାର, ବିଦ୍ୟା ବାଲନ ଏବଂ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ବୈଜ୍ଞାନିକମାନଙ୍କ କାହାଣୀ ଦେଖାଯାଇଛି। ଏହି ବୈଜ୍ଞାନିକମାନେ ମଙ୍ଗଳ ମିଶନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।

କୋଇ ମିଲ ଗୟା

‘କୋଇ ମିଲ ଗୟା’ ଚଳଚ୍ଚିତ୍ରଟି ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ହ୍ରିତିକ ରୋଶନ ଏବଂ ପ୍ରୀତି ଜିଣ୍ଟା ଅଭିନୟ କରିଥିଲେ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାକେଶ ରୋଶନ। ଫିଲ୍ମରେ ମହାକାଶରୁ ଆସିଥିବା ଏକ ଏଲିଅନକୁ ଦେଖାଯାଇଥିଲା। ‘କ୍ରିଶ’ ଏବଂ ‘କ୍ରିଶ ୩’ ଏହାର ପରବର୍ତ୍ତୀ କଡ଼ି ଭାବେ ନିର୍ମିତ ହୋଇଥିଲା।

କାର୍ଗୋ

‘କାର୍ଗୋ’ ଚଳଚ୍ଚିତ୍ରଟି ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ବିକ୍ରାନ୍ତ ମେସି ଏବଂ ଶ୍ୱେତା ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ମହାକାଶ ସମ୍ପର୍କିତ କାହାଣୀ ଦେଖାଯାଇଛି। ଫିଲ୍ମରେ ଏକ ବିଶେଷ ମହାକାଶ ଯାନ ବିଷୟରେ ଦେଖାଯାଇଛି, ଯେଉଁଥିରେ ମରିବା ପରେ ପୁନର୍ଜନ୍ମ ହେବାର କାହାଣୀ ଚିତ୍ରଣ କରାଯାଇଛି।

ରକେଟ୍ରି

‘ରକେଟ୍ରି’ ଚଳଚ୍ଚିତ୍ରଟି ୨୦୨୨ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଆର. ମାଧବନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହୋଇଥିଲା। ଏହା ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ବୈଜ୍ଞାନିକ ନମ୍ବି ନାରାୟଣଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମରେ ମଧ୍ୟ ମହାକାଶର ଝଲକ ଦେଖାଯାଇଛି।

Comments are closed.