ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ଭିତରେ ଦେଶ ପାଇଁ ଆସିଛି ଏକ ବଡ ଖୁସି ଖବର । ଗତ ୨୪ ଘଂଟା ମଧ୍ୟରେ ୭୦୫ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏ ପର୍ୟ୍ୟନ୍ତ ମୋଟ୍ ୩୨୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଗତ ୨୪ ଘଣ୍ଟାରେ କରୋନା ଭାଇରସ୍ର ନୂତନ ୧୩୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ପାର କରି ୧୮୬୦୧ରେ ପହଞ୍ଚିଛି। ସେହିପରି ଏବେସୁଦ୍ଧା ଦେଶରେ କରୋନା ସଂକ୍ରମଣରେ ପ୍ରାୟ ୫୯୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ସେ ସୂଚନା ଦେଇଛନ୍ତି।
ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଯେ, ଗତ ୨୮ ଦିନ ହେବ ପୂର୍ବରୁ ସଂକ୍ରମିତ ତିନୋଟି ଜିଲ୍ଲାରେ କରୋନାର ଗୋଟିଏ ହେଲେ କେସ୍ ସାମ୍ନାକୁ ଆସିନାହିଁ। ଏହି ପରି ୧୪ ଦିନ ହେବ ଦେଶର ୬୧ ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ହସ୍ତଗତ ହୋଇ ନାହିଁ।
Comments are closed.