Latest Odisha News

କୋରାଇ ବ୍ଲକର ଅଚଳାବସ୍ଥା ନେଇ ତେଜିଲା ଅସନ୍ତୋଷ

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ବ୍ଲକରେ ଦିର୍ଘଦିନ ହେବ ଲାଗିରହିଛି ଅଚଳାବସ୍ଥା। ବିଗତ ୨ ବର୍ଷ ୮ ମାସ ହେବ ବସିନି ପଞ୍ଚାୟତ ସମିତି ବୈଠକ। ବୈଠକ କରିବା ପାଇଁ ବିଡିଓ ଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଡିଓ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଫଳରେ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ଏନେଇ ବ୍ଲକ ଅଧ୍ୟକ୍ଷା ଙ୍କ ସମେତ ସମସ୍ତ ସମିତି ସଭ୍ୟସଭ୍ୟା ମାନଙ୍କ ପକ୍ଷରୁ ବ୍ଲକ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ହୋଇଥିବା ଅଭିଯୋଗ ମୁତାବକ ପ୍ରତି ୩ ମାସରେ ଥରେ ପଞ୍ଚାୟତ ସମିତି ବୈଠକ ହେବାର ନିୟମ ଥିବାବେଳେ ୨ ବର୍ଷ ୮ ମାସ ହେବ ପଞ୍ଚାୟତ ସମିତି ବୈଠକ ହୋଇନାହିଁ। ଫଳରେ କୋରାଇ ବିକାଶରେ ଏହା ବାଧକ ସାଜିଛି।

ବୈଠକ କରିବାକୁ ବ୍ଲକ ଅଧ୍ୟକ୍ଷା ବିଡିଓ ଙ୍କୁ ବାରମ୍ବାର ସୁପାରିଶ କରୁଥିଲେ ମଧ୍ୟ ବିଡିଓ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଏଥିସହିତ ବିଡିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହେଉଛି। ଏମିତିକି କୋରାଇ ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଏଥିସହିତ ବ୍ଲକ ଅଧ୍ୟକ୍ଷା ଜଣେ ଆଦିବାସୀ ମହିଳା ହୋଇଥିବାରୁ ବିଡିଓ ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ଗୁରୁତ୍ବ ଦେଉନଥିବା ବ୍ଲକ ଅଧ୍ୟକ୍ଷା ମାଳତୀ ଟୁଡୁ ଅଭିଯୋଗ କରିଛନ୍ତି। ତେବେ ଆସନ୍ତା ସପ୍ତାହରେ ପଞ୍ଚାୟତ ସମିତି ବୈଠକ କରା ନଗଲେ ଅଧ୍ୟକ୍ଷା ଙ୍କ ସମେତ ସମସ୍ତ ୨୮ ଜଣ ସମିତି ସଭ୍ୟସଭ୍ୟା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.