ମାଲକାନଗିରି : ପୁଣି ମାଲକାନଗିରି ପୋଲିସକୁ ସଫଳତା । ମାଟି ତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଯବାନମାନେ ବିପୁଳ ପରିମାଣର ଔଷଧ ସହ ବିସ୍ପୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୬ ଟି ଟିଫିନ୍ ବୋମା , ୨ ଟି ପ୍ରେସର ଆଇଡି , ୨ ଟି ଏମ ଏମ ବଲ ଆମୁନେଓ , ଗୋଟିଏ ଇନଶାସ ମାଗାଜିନ୍ , ଗୋଟିଏ ହେଭରସେକ , କୋଡେକ୍ସ କେବୁଲ ସହ ଅନେକ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଜଡାଆମ୍ବା ଥାନା ଅନ୍ତର୍ଗତ ତାବେରୀ ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷା କର୍ମୀମାନେ କୁମ୍ବିଂ ଅପରେସନ କରିବା ସମୟରେ ଏହି ସବୁ ସାମଗ୍ରୀ ଜବତ କରିଛନ୍ତି । ଗୁଇନ୍ଦା ବିଭାଗରୁ ସୂଚନା ପାଇ ଆନ୍ଧ୍ର ଓଡିଶା ବର୍ଡର ସୀମାନ୍ତରେ ବିଏସଏଫ୍ , ଡିଭିଏଫ୍ ଓ ଏସଓଜି ଯବାନ ମାନେ ମିଳିତ ଭାବେ କମ୍ବିଂ ଅପରେସନ କରୁଥିବା ବେଳେ ତାବେରୀ ଓ ଅରିଙ୍ଗିପାଲ୍ଲୀ ଗାଁ ନିକଟରୁ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଥିଲେ ।
ସେପଟେ ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥି ମାନେ ଅସ୍ପଶସ୍ତ୍ର ସହ ବିସ୍ପୋରକ ସାମଗ୍ରୀ ଏଠାରେ ଲୁଚାଇ ରଖିଥିଲେ ବୋଲି ମାଲକାନଗିରି ଏସଡିପିଓ କହିଛନ୍ତି । ଆଗମୀ ଦିନରେ ମଧ୍ୟ ଏହି ସ୍ୱଭାମାନ ଅଞ୍ଚଳରେ ଅପରେସନ ଜାରି ରହିବ ବୋଲି ଏସଡିପିଓ କହିଛନ୍ତି।
Comments are closed.