Latest Odisha News

[ଭିଡିଓ] ରାତି ପାହିଲେ ପୌର ଭୋଟ : ସୁବର୍ଣ୍ଣପୁରରେ ବୁଥ୍ ମୁହାଁ ପୋଲିଂ ପାର୍ଟି

ସୁବର୍ଣ୍ଣପୁର : ରାତି ପାହିଲେ ହେବ ଭୋଟ । ଏବେଠାରୁ ପୋଲିଂ ପାର୍ଟି ବୁଥ୍ ମୁହାଁ ହେଲେଣି । ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପୌର ପରିଷଦ ଓ ଦୁଇଟି ଏନଏସି ତରଭା ଓ ବନିକାରେ ମତଦାନ ହେବ । ସେଥିପାଇଁ ବୁଥ ଗୁଡିକରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।ସୋନପୁରେ ୧୫ ଟି ୱାର୍ଡ ପାଇଁ ୨୧ ଟି ବୁଥରେ ୧୬ ହଜାର ୭୮୫ ଭୋଟର ଭୋଟ ଦେବେ ।ସେହିପରି ବନିକାରେ ଏନଏସିରେ ୧୨ ଟି ୱାର୍ଡ ପାଇଁ ୧୫ ଟି ବୁଥରେ ମତଦାନ ସାବ୍ୟସ୍ତ କରିବେ ୧୨, ୫୧୫ ଜଣ ଭୋଟର । ତରଭାରେ ୧୨ଟି ୱାର୍ଡ ପାଇଁ ୧୨ଟି ବୁଥରେ ୬,୫୫୬ ଭୋଟର ଭୋଟ ଦେବାର ବ୍ୟବସ୍ଥା ହୋଇଛି ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ । ନିର୍ବାଚନ ଶାନ୍ତି ଶୃଙ୍ଖଳାକୁ କରିବା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

Comments are closed.