Latest Odisha News

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶଙ୍କ ଅନୁସାରେ, ଜୁଲାଇ ପ୍ରଥମ ସପ୍ତାହରେ ପକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଉତ୍ତର ଖାତାର ମୂଲ୍ୟାୟନ ସରିଥିବା ବେଳେ ରେଜଲ୍ଟ ଆସିବ ।

ଚଳିତବର୍ଷ ଏପ୍ରିଲ୍ ୨୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖରେ ସରିଥିଲା । ପ୍ରାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଥିଲେ । ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶନ ହେଲେ ବୋର୍ଡ ୱେବସାଇଟ୍ http://bseodisha.ac.in/ ରେ ରେଜଲ୍ଟ ଦେଖି ହେବ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ସହ ଜନ୍ମ ତାରିଖ ଦେବାକୁ ପଡ଼ିବ ।

Leave A Reply

Your email address will not be published.