Latest Odisha News

BREAKING NEWS

ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ବୋର୍ଡ ସାର୍ଟିଫିକେଟ୍ ପାଇଁ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି ।

ସ୍କୁଲରେ ପଢ଼ୁଥିବା ୨ ଭଉଣୀଙ୍କ ବୋର୍ଡ ସାର୍ଟିଫିକେଟ୍, ମାର୍କ ସିଟ୍ ଓ ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍ ପାଇଁ ପ୍ରଧାନଶିକ୍ଷକ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଶ୍ରୀ ସାମଲଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଏନେଇ ରାଉରକେଲା ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଥିବାବେଳେ ତଦନ୍ତ ଜାରି ରହିଛି ।

Comments are closed.