ବ୍ରହ୍ମପୁର:ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ଉପରେ ଅଂକୁଶ ଲଗାଇବା ପାଇଁ ଜିଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପ ଗ୍ରହଣ କରୁଛି। ଏହି କ୍ରମରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସାମିଲ କରାଯାଇଛି। ଅଧାରୁ ପାଠ ଛାଡୁଥିବା ଝିଅମାନେ ବାଲ୍ୟ ବିବାହର ଶିକାର ହୋଇଥାଆନ୍ତି। ତେଣୁ ସେହି ଝିଅମାନଙ୍କୁ ଚିହ୍ନଟ କରିବା ସହିତ ସେମାନେ ବିଦ୍ୟାଳୟକୁ ନିୟମିତ ଯେପରି ଆସିବେ, ସେ ଦିଗରେ କାର୍ଯ୍ୟ କରିବେ। ପ୍ରତି ଶନିବାର ଅଙ୍ଗନବାଡ଼ି କର୍ମୀମାନେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଲ୍ୟ ବିବାହ ସଂପର୍କରେ ସଚେତନତା ସୃଷ୍ଟି କରିବେ। ଯେଉଁ ଛାତ୍ରୀ ବିଦ୍ୟାଳୟରେ କ୍ରମାଗତ ୧୦ଦିନ ଅନୁପସ୍ଥିତ ରହିବେ, ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଜିଲାରେ ବାଲ୍ୟ ବିବାହକୁ ପ୍ରତ୍ୟାଖ୍ୟାନ କରିଥିବା ଝିଅମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଛତ୍ରପୁରଠାରେ ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ‘ନିର୍ଭୟାକଢି’, ‘ମୋ ଗେହ୍ଲାଝିଅ’, ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲା ଟାସ୍କ ଫୋର୍ସ କମିଟି ଓ ଜିଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍ ପୌରୋହିତ୍ୟ କରିଥିଲେ ।
ବାଲ୍ୟ ବିବାହ ଓ କନ୍ୟାଭୃଣହତ୍ୟା ଭଳି ଦୁଇଟି ସାମାଜିକ ବ୍ୟାଧିକୁ ଜିଲାରୁ ଦୂରେଇ ଦେବା ପାଇଁ ଦୁଇଟି ଅଭିନବ କାର୍ଯ୍ୟକ୍ରମ ‘ନିର୍ଭୟା କଢି’ ଏବଂ ‘ମୋ ଗେହ୍ଲାଝିଅ’ ହାତକୁ ନିଆଯାଇଛି । ଜିଲାରେ ବାଲ୍ୟ ବିବାହ ଦିନକୁ ଦିନ ହ୍ରାସ ପାଉଥିବା ଜିଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ସୂଚନା ରଖିଥିଲେ । ଜାତୀୟ ପରିବାର ସର୍ବେକ୍ଷଣ-୫ (୨୦୨୦-୨୧)ରୁ ଏହି ତଥ୍ୟ ହସ୍ତଗତ ହୋଇଥିବା ସେ କହିଛନ୍ତି। ଜିଲାରେ ବାଲ୍ୟ ବିବାହକୁ ଦୂର କରିବା ପାଇଁ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ନିର୍ଭୟା କଢି’ କାର୍ୟ୍ୟକ୍ରମ ସଂମ୍ପର୍କରେ ଅବଗତ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କନ୍ୟାଭୃଣ ହତ୍ୟା ଭଳି କୁତ୍ସିତ ପ୍ରଥାକୁ ଦୂର କରିବା ପାଇଁ ଜିଲାରେ ଚାଲୁଥିବା ‘ମୋ ଗେହ୍ଲାଝିଅ’ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଆଲୋଚନା ହୋଇଥିଲା । ଶିଶୁ ଶ୍ରମିକ ଚିହ୍ନଟ ହେଉଥିବା ପିଲାମାନଙ୍କୁ ଉପଯୁକ୍ତ ଥଇଥାନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ର ଜିଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ମିଶନ୍ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜକ ଶାସ୍ବତ ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ।
BREAKING NEWS
- Bomb Threats: ଦିଲ୍ଲୀର ୪ଟି ସ୍କୁଲ ଓ ପଞ୍ଜାବ-ହରିୟାଣାର ସଚିବାଳୟକୁ ମିଳିଲା ମୋବା ଧମକ
- Iran Rresponds Trump Threat: ଟ୍ରମ୍ପଙ୍କ ଧମକର ଇରାନର ଜବାବ: ‘ପରମାଣୁ ଚୁକ୍ତି ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତ ସହିତ’
- ଲଭ୍ ଇନସ୍ୟୁରାନ୍ସ କ’ଣ? ଏହି ପଲିସି କରି ମାଲାମାଲ୍ ହେଲେ ମହିଳା
- ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ଏକ୍ସପାଏରୀ ଡେଟ୍ ଥାଏ; କାହିଁକି ଏଭଳି କହିଲେ ମୋନା ସିଂହ
- କେଉଁ କାରରେ ସବୁଠାରୁ ଅଧିକ ସୁନା ବ୍ୟବହାର ହୁଏ? ନାଁ ଜାଣି ହେବେ ଆଶ୍ଚର୍ଯ୍ୟ
- ଢାକା-କରାଚି ବିମାନ ସେବା ଭାରତ ପାଇଁ କାହିଁକି ବିପଦ?
- Maharashtra DYCM Face Sunetra Pawar: ସୁନେତ୍ରା ପାୱାର କିଏ? ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ନେଇ ବଢିଲା ଚର୍ଚ୍ଚା…
- ବଜେଟ ପୂର୍ବରୁ ହୁ ହୁ ବଢ଼ିଲା ସୁନା ଦର…
- ‘Reform, Perform, and Transform…’, ବଜେଟ ଅଧିବେଶନ ପୂର୍ବରୁ ଦେଶକୁ କିଛି ଏପରି କହିଲେ ପ୍ରଧାନମନ୍ତ୍ରୀ ମୋଦୀ…
- ପଡ଼ୋଶୀ ଦେଶ ପାଇଁ ଆକାଶପଥ ଖୋଲିଲା ଭାରତ,୧୩ ବର୍ଷ ପରେ ଢାକା-କରାଚି ମଧ୍ୟରେ ଉଡ଼ାଣ ଆରମ୍ଭ…
Comments are closed.