ବ୍ରହ୍ମପୁର: ଗତ କିଛି ଦିନ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁରର ଦୌରାତ୍ମ ଦେଖିବାକୁ ମିଳିଥିଲା। ତେବେ ଏହାକୁ ରୋକିବା ପାଇଁ ବିଶ୍ବବିଦ୍ୟାଳୟର କେତକ କର୍ମଚାରୀଙ୍କ ଅମାନବୀୟ କାଣ୍ଡକୁ ଏବେ ସବୁ ମହଲରୁ ନିନ୍ଦା କରାଯାଉଛି।
ଘଟଣା ହେଲା, ମଙ୍ଗଳବାର ବାଳିକା ହଷ୍ଟେଲ ପରିସରରେ ୧୨ଟି ବୁଲା କୁକୁରକୁ କେତେକ କର୍ମଚାରୀ ବାନ୍ଧି ଦେଇଥିଲେ । କୁକୁରଗୁଡ଼ିକର ଗୋଡ ଏବଂ ମୁହଁକୁ ରଶିରେ ବାନ୍ଧି ଦେଇ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ବୁଧୁବାର କୁକୁରଗୁଡ଼ିକର ଖାଦ୍ୟରେ ବିଷ ଦେଇ ମାରିବାକୁ ଯୋଜନା ରହିଥିବା ସୂଚନା ମିଳିଥିଲା । ଏହି ଘଟଣା ନେଇ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ରୋନାଲିଙ୍କ ସମେତ ବଳରାମ ମହାନ୍ତି, ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଭଞ୍ଜବିହାର ଫାଣ୍ଡିରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସାଥୀରେ ପୋଲିସକୁ ନେଇ ଛାତ୍ରୀ ନିବାସକୁ ଯାଇଥିଲେ । ସେଠାରେ ବନ୍ଧା ହୋଇଥିବା କୁକୁରକୁ ଉଦ୍ଧାର କରାଯାଇଛି। ଏହାକୁ କିନ୍ତୁ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ଏବଂ କେତେକ ଛାତ୍ରଛାତ୍ରୀ ବିରୋଧ କରିଥିଲେ । ଫଳରେ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି କୁକୁରକୁ ଉଦ୍ଧାର କରାଯାଇ ଛାଡ଼ି ଦିଆଯାଇଛି। ସଂଘର ସଭାନେତ୍ରୀ ପାଣିଗ୍ରାହୀଙ୍କ କହିବାନୁଯାୟୀ, ୧୨ଟି ବନ୍ଧା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଛି। ବୁଧବାର ବ୍ରହ୍ମପୁର ଏସପିଙ୍କ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ଏ ନେଇ ହଷ୍ଟେଲ ୱାଡେନ ପ୍ରଫେସର୍ ବରାଳ କହିଥିଲେ ଯେ, ଛାତ୍ରୀମାନେ କୁକୁର କାମୁଡିବା ଭୟ ନେଇ ଅଭିଯୋଗ କରିଥିଲେ। ବ୍ରହ୍ମପୁର ମହାନଗର ନିଗମ ଏବଂ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ କୁକୁରକୁ ଅନ୍ୟତ୍ର ନେବାକୁ ବାନ୍ଧିଥିଲେ ବୋଲି କହିଛନ୍ତି।
BREAKING NEWS
- ବାର୍ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ପ୍ରାଣ, ୨ ଗୁରୁତର
- ବାଜି ଚୌକରେ ପରିବା ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ
- ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ
- HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ
- ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
- ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ
- Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ
- “ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି
- ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
Comments are closed.