ବ୍ରହ୍ମପୁର: ଦଶହରା ମାମୁଲ୍(ଚାନ୍ଦା) ମିଳିଲାନି ବୋଲି ଜଳ ଯୋଗାଣ ବନ୍ଦ କରିଦେଲେ ପାଣି ପମ୍ପ ଚାଳକ। ଉତ୍ୟକ୍ତ ଲୋକମାନେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିବା ପରେ ପୁଣି ଥରେ ସ୍ବଭାବିକ ହୋଇଥିଲା ଜଳଯୋଗାଣ। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଶନିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ଜଗନ୍ନାଥପ୍ରସାଦ ବ୍ଲକର ପାଟରାପଲ୍ଲୀ ଏବଂ ଅରଖପଲ୍ଲୀ ଦୁଇ ଗ୍ରାମକୁ ଜଳଯୋଗାଣ ପାଣି ପମ୍ପ ଚାଳକ ଜଳ ଯୋଗାଣ ବନ୍ଦ କରିଦେଇଥିଲେ । କାରଣ ଥିଲା, ସେ ପ୍ରତି ଘରକୁ ଦଶହରା ଚାନ୍ଦା ବାବଦରେ ୫୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ । କିଛି ଲୋକ ଚାନ୍ଦା ଦେଇଥିବା ବେଳେ ଅନ୍ୟମାନେ ଏହାକୁ ପ୍ରତିବାଦ କରି ଚାନ୍ଦା ଦେବାକୁ ମନା କରିଥିଲେ । ଏଥିରେ ଉତ୍କ୍ଷୀପ୍ତ ହୋଇ ପାଣି ପମ୍ପ ଚାଳକ ଶନିବାର ସକାଳେ ପମ୍ପ ଚଳାଇନଥିଲେ । ଫଳରେ ପାଣି ଆସିନଥିଲା। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାର ପ୍ରତିବାଦରେ ଉଭୟ ଗାଁର ବହୁ ମହିଳା ଏବଂ ପୁରୁଷ ଏକାଠି ହୋଇଥିଲେ । ମହିଳାମାନେ ହାଣ୍ଡି ମାଠିଆ ଧରି ଗାଁ ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପମ୍ପ ଚାଳକଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ଦାବି କରିଥିଲେ । ପରେ ପମ୍ପ ଚାଳକ ପୂର୍ବରୁ ନେଇଥିବା ଟଙ୍କା ଫେରାଇବା ସହିତ ପମ୍ପ ଚାଲୁ କରିଥିଲେ । ଜଳଯୋଗାଣ ସ୍ୱାଭାବିକ ହୋଇଥିଲା। ଏହାର ତଦନ୍ତ ସହିତ ପମ୍ପ ଚାଳକଙ୍କୁ ବହିଷ୍କାର କରି ନୂତନ ନିଯୁକ୍ତି ଏବଂ ପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପମ୍ପ ଚାଳକ ଜଣକ କହିଛନ୍ତି ଯେ, ସରକାରୀ ଭାବେ ଦରମା ପାଉନାହାନ୍ତି। ତେବେ ବିଦ୍ୟୁତ ଯନ୍ତ୍ରପାତିରେ ତ୍ରୁଟି ଥିବାରୁ ଜଳଯୋଗାଣ ବନ୍ଦ ଥିବା କହିଛନ୍ତି।
BREAKING NEWS
- Sunita Williams: ବିଦାୟ ନେଲେ ମହାକାଶର ‘ରାଜକୁମାରୀ’
- Silver Price Hike: ଚୀନର ଏହି ଗୋଟିଏ ନିଷ୍ପତ୍ତି ଆକାଶ ଛୁଆଁ କରିଦେଲା ରୂପାର ଚମକ୍…୨୪ ଦିନରେ ମୂଲ୍ୟ ଲକ୍ଷରୁ ଅଧିକ ବୃଦ୍ଧି…
- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ
- ଅଦାଲତ ଅବମାନନା ଅଭିଯୋଗରେ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ
- Man Cuts Own Leg: ସରକାରୀ ଚାକିରି ପାଇଁ କାଟିଦେଲେ ଗୋଡ଼!
- Donald Trump Slams Canada: ‘ଗୋଟିଏ ବର୍ଷ ମଧ୍ୟରେ କାନାଡାକୁ ଖାଇଯିବ ଚୀନ୍,’ ଗୋଲଡେନ୍ ଡୋମ୍’ ପ୍ରତିବାଦରେ ଭଡକିଲେ ରାଷ୍ଟ୍ରପତି ଟ୍ରମ୍ପ…
- ପୁଣି ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା
- NonVeg Sales: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ
- Gaurav Samman: ଶୁଭାଂଶୁ ଶୁକ୍ଲାଙ୍କୁ ମିଳିବ ଉତ୍ତରପ୍ରଦେଶ ଗୌରବ ସମ୍ମାନ, ଦିଆଯିବ ୧୧ ଲକ୍ଷ ନଗଦ ପୁରସ୍କାର
- Weather Update: ରାଜ୍ୟରେ ବଢୁଛି ପାରଦ, କମୁଛି ଶୀତ: ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
Comments are closed.