ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲ ପୁଣି ଥରେ ବିବାଦ ଭିତରକୁ ଆସିଛି। ତିନି ଜଣ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ୍ ଦେବାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଶନିବାର ଏ
ହି ଘଟଣାର ଫଟୋ ଭାଇରାଲ ହେବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଶିଶୁ ଦୁର୍ବଳ ଥିବା ଯୋଗୁ ଏସଏନଏୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ହୃଦ୍ ସମସ୍ୟା ଥିବା ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଥିଲେ। ଏଣୁ ଶିଶୁମାନଙ୍କୁ ହୃଦରୋଗ ବିଭାଗକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଶିଶୁଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ରହୁଥିବାରୁ ଏସଏନସିୟୁରେ ପ୍ରଥମ ଦିନରୁ ହିଁ ସେମାନଙ୍କୁ ଅମ୍ଲଜାନ ଯୋଗାଣ ହେଉଥିଲା। ଶନିବାର ହୃଦରୋଗ ବିଭାଗକୁ ଇକୋ କରିବାକୁ ନିଆଯାଇଥିଲା। ଏସଏନସିୟୁରୁ ବାହାରିବା ବେଳେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ୩ ଜଣ ନବଜାତଙ୍କୁ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା କରାଯାଇ ବାହାରକୁ ଅଣାଯାଇଥିଲା। ଶିଶୁଙ୍କ ପରିବାର ଲୋକେ ଶିଶୁଙ୍କୁ ଅଲଗା ଅଲଗା ନିଜ କୋଳରେ ଧରିଥିବା ବେଳେ ସିଲିଣ୍ଡରରୁ ଲମ୍ବିଥିବା ପାଇପ ଶିଶୁଙ୍କ ନାକକୁ ସଂଯୋଗ ହୋଇଥିଲା। ସେହି ସିଲିଣ୍ଡରଙ୍କୁ ଏସଏନସିୟୁର ଜଣେ ଆଟେଣ୍ଡାଣ୍ଟ ଟାଣି ଟାଣି ନେଉଥିବା ବେଳେ ପଛରେ ସାମନ୍ତରାଳ ଭାବେ ଶିଶୁଙ୍କୁ ନିଆଯାଉଥିଲା। ଏସଏନସିୟୁରୁ ସୁପରସ୍ପେସିଆଲିଟି କୋଠା ପ୍ରାୟ ୪୦୦ ମିଟର ହୋଇଥିବା ବେଳେ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ନବଜାତକଙ୍କୁ ସିଲିଣ୍ଡର ସହ ନିଆଯାଇଥିଲା।। ଶିଶୁମାନେ ହୃଦରୋଗ ବିଭାଗରେ ପହଞ୍ଚିବା ପରେ ସେଠାରେ ଇକୋ କରିବାକୁ ନିୟୋଜିତ ଥିବା ଡାକ୍ତର ଓ କର୍ମଚାରୀମାନେ ୩ ଜଣ ଶିଶୁଙ୍କ ଏକାବେଳେ କିଭଳି ପରୀକ୍ଷା କରିବେ ସେ ନେଇ ଦ୍ବନ୍ଦରେ ପଡିଥିଲେ। ଜଣେ ପରେ ଜଣେ ଶିଶୁଙ୍କ ଇକୋ କରିବା ବେଳେ ଅକ୍ସିଜେନ ସଂଯୋଗ ବିଚ୍ଛିନ କରିବାକୁ ଆବଶ୍ୟକ ହେବାରୁ ସେଠାକାର ଡାକ୍ତର ଓ କର୍ମଚାରୀମାନେ ଶିଶୁଙ୍କୁ ଏଭଳି ଅବସ୍ଥାରେ ଆଣିଥିବାରୁ ଶିଶୁଙ୍କ ପରିବାର ଲୋକଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ହେଲେ ଏସଏନସିୟୁ ପକ୍ଷରୁ ଏଭଳି ଅବ୍ୟବସ୍ଥା କରାଯାଇଥିବାରୁ ଶିଶୁଙ୍କ ପରିବାର ଲୋକେ କଣ ଉତ୍ତର ଦେବେ ତାହା ବୁଝିପାରିନଥିଲେ। ଏହି ୩ ଜଣ ଶିଶୁଙ୍କୁ ରୁଟିନ ଚେକଅପ ପାଇଁ ନିଆଯାଇଥିଲା। ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ବୋଲି ଏମକେସିଜିର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି। ସେହିପରି ଶିଶୁଙ୍କୁ କମ ପରିମାଣର ଅକ୍ସିଜେନ ଆବଶ୍ୟକ ହୋଇଥାଏ। ତେଣୁ ଗୋଟିଏ ସିଲିଣ୍ଡରରେ ୩ ଜଣ ଶିଶୁଙ୍କୁ ଅମ୍ଲଜାନ ସଂଯୋଗ କରାଯିବା ଏକ ସାଧାରଣ କଥା ବୋଲି ସେ କହିଛନ୍ତି।
BREAKING NEWS
- Governor Teaser Out:ଦ ସାଇଲେଣ୍ଟ ସେଭିଅର ଗଭର୍ଣ୍ଣର:ଟିଜର ଆଉଟ୍; ୧୯୯୦ର ଭାରତର ଆର୍ଥିକ ସଙ୍କଟର ସତ୍ୟ ଘଟଣା…
- ଭବାନୀପୁର ନା ନନ୍ଦୀଗ୍ରାମ: ବଙ୍ଗଳାର କେଉଁ ଆସନ ଛାଡିବେ ଶୁଭେନ୍ଦୁ ଅଧିକାରୀ? ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ଆଗରେ
- 8 Strikes in 7 Decades! ଥରି ଉଠିଛି ପାକିସ୍ତାନ, ତ୍ରାହି ତ୍ରାହି ଡାକିଛି!
- ହନ୍ତା ଭାଇରସ୍ ସତର୍କତା! ବିମାନ ଯାତ୍ରା ଉପରେ ଲାଗିଲା କି ନିଷେଧ? ଯାତ୍ରା କରିବା ପୂର୍ବରୁ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ
- Rainfall Alert: କେଉଁଠି ଜାଳିବ…ତ କେଉଁଠି ଢାଳିବ…ଜାଣନ୍ତୁ କିପରି ରହିବ ଆପଣଙ୍କ ଅଞ୍ଚଳରେ ପାଗ? ସତର୍କ କରାଇଲା IMD
- UP Unusual Incident of Theft: ଅଜବ ଚୋରର ଗଜବ ସଚ୍ଚୋଟତା…ଚୋରି କରି ଲେଖିଲା ଚିଠି, ’ସୁଧ ସହିତ ଫେରାଇଦେବି…’
- Will Vijay’s TVK form government?: ବଡ ସଙ୍କଟରେ ବିଜୟ, କେମିତି ଗଢିବେ ସରକାର?
- ନାସିକ୍ TCS କାଣ୍ଡ: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ
- ଇରାନର ସବୁଠୁ ବଡ଼ ପୋର୍ଟ ସିଟିରେ ଆମେରିକାର ହମଲା
- କିଏ ବନିବେ ବଙ୍ଗଳାର ମୁଖ୍ୟମନ୍ତ୍ରୀ? ସିଏମ୍ ଚେହେରାରେ ମୋହର ମାରିବେ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Comments are closed.