Latest Odisha News

ଖୋଲିବ କଳା ଟଙ୍କାର ଚିଠା, ଅର୍ଚ୍ଚନା ନାଗଙ୍କ ସହ ୪ ଜଣଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ କୋଟିପତି ? ଅର୍ଚ୍ଚନା ନାଗ ମାମଲାରେ ଇଡି ରୁଜୁ କରିଛି ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅର୍ଚ୍ଚନା ନାଗଙ୍କ ସହ ତାଙ୍କ ସ୍ୱାମୀ ସ୍ୱାମୀ ଜଗବନ୍ଧୁ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ କରିଛି ।

ଖଣ୍ଡଗିରି ଥାନା ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏଫ୍ଆଇଆର୍ ଆଧାରରେ ଇଡି ମାମଲା ରୁଜୁ କରିଥିବା ବେଳେ ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ବଡ଼ ବଡ଼ିଆ ଛାନିଆ ହୋଇ ପଡ଼ିଛନ୍ତି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଇଡି ନୋଟିସ୍ କରିବ ବୋଲି ଜଣାପଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ଇଡି ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଖୋଳତାଡ଼ କରୁଛି ।

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ କାହା ଆକାଉଣ୍ଟରୁ ଟଙ୍କା ଆସିଛି ? ଦମ୍ପତି କେଉଁଠି, କାହା ବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ? ଏସବୁର ତଦନ୍ତ ଆରମ୍ଭ କରିଛି ଇଡି । ବେଆଇନ୍ ଭାବେ ଦମ୍ପତି କାହାକୁ କାହାକୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଆଣିଥିଲେ ସେ ସବୁର ଖୋଳତାଡ଼ ଚାଲିଛି ।

ଆଗକୁ ଇଡି, ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଅଟ୍ଟାଳିକା ସହ ଫାର୍ମ ହାଉସକୁ ସିଜ୍ କରିପାରେ ବୋଲି କୁହାଯାଉଛି । ତେବେ ସମସ୍ତଙ୍କ ନଜର ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟ ଖୋଳତାଡ଼ ପରେ କେଉଁ ବଡ଼ ବଡ଼ିଆଙ୍କୁ ପଚରାଉଚରା ପାଇଁ ଡାକିବ ଇଡି ?

Comments are closed.