ନାଇଜେରିଆ: ମା’ଟିଏ ହିଁ ବୁଝିପାରେ ପ୍ରସବ ବେଦନା । ସନ୍ତାନକୁ ଗର୍ଭରେ ଧରିବା ପରଠାରୁ ଜନ୍ମ ଦେବା ପର୍ଯ୍ୟନ୍ତ ଅନେକ କଷ୍ଟ, ଅନେକ ଯନ୍ତ୍ରଣାକୁ ମା ହସି ହସି ସହି ଯାଇଥାଏ । ହୁଏତ ସେ କଷ୍ଟ ସହିବା ପାଇଁ ସେ କେତେ ଲୁହକୁ ଚାପି ଦେଇଥିବ । ସେ ଯନ୍ତ୍ରଣାକୁ ଏଡାଇବା ପାଇଁ ସେ ମିଛ ହସ ହସିଥିବ । ଏକ ବିରାଟ ଖୁସି ପାଇଁ ଛୋଟ ଛୋଟ କଷ୍ଟକୁ ଏଡାଇ ଦେବା ମାଟି ପାଇଁ ସ୍ୱତଃସ୍ପୃତ ଏକ ପ୍ରକ୍ରିୟା । ହେଲେ ପ୍ରସବ ସମୟରେ ମହିଳାଙ୍କ କାନ୍ଦକୁ ଜୋର ଜବରଦସ୍ତ ବନ୍ଦ କରାଇପାରିବାବ କି ? କାନ୍ଦିବା, ଚିତ୍କାର କରିବା ଉପରେ କଟକଣା ଜାରି କରିପାରିବା ଉଚିତ ହେବ କି ? ହେଲେ ଏମିତି ଏକ ଦେଶ ଅଛି ଯେଉଁଠି ପ୍ରସବ ବେଳେ ମହିଳାଙ୍କୁ କାନ୍ଦିବା ମନା । ପ୍ରସବ ସମୟରେ ଏଠାରେ ମହିଳାମାନେ ନ କାନ୍ଦିବା, ଚିତ୍କାର ନ କରିବାର ଏକ ପରମ୍ପରା ରହିଛି ।
ନାଇଜେରିଆାର ମୋଫୋଲୁବାକେ ଜୋନ୍ସଙ୍କର ୨ଟି ସନ୍ତାନ । ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ ନାଇଜେରିଆରେ । ହେଲେ ସେ ଦିନ ମନେ ପକେଇଲେ ତାଙ୍କ ଲୋକ ଟାଙ୍କୁରି ଉଠେ । ସେଠାରେ ସନ୍ତାନ ଜନ୍ମବେଳେ ତାଙ୍କୁ କାନ୍ଦିବାକୁ ବାରଣ କରାଯାଇଥିଲା । ଏହି ଦେଶର ନିୟମ ଅନୁସାରେ ସନ୍ତାନ ଜନ୍ମଦେବାବେଳେ ମହିଳାଙ୍କୁ କାନ୍ଦିବା ମନା । ହେଲେ ୫ ବର୍ଷ ପରେ ୨ୟ ସନ୍ତାନ ଜନ୍ମ ବେଳେ ସେ କାନାଡାରେ ଥିଲେ । ସେଠାରେ ଏ କଷ୍ଟ ତାଙ୍କୁ ସହିବାକୁ ପଡ଼ି ନ ଥିଲା ।
ସେଦିନର ସେ ମୁହୂର୍ତ୍ତ ଏବେ ବି ତାଙ୍କ ମନରେ ଜୀବନ୍ତ ହୋଇ ରହିଛି । ସେ କହିଛନ୍ତି ସେଠାରେ ସ୍ୱାସ୍ଥ୍ୟ କର୍ମୀମାନେ ବହୁତ ନମ୍ର ଥିଲେ । ପୁର ସମୟ ଦେଇ ତାଙ୍କର ଚିକିତ୍ସା କରୁଥିଲେ । ସବୁ ବିଷୟରେ ଟିକିନିଖି ତଥ୍ୟ ଦେଉଥିଲେ ।
ପ୍ରସବ ପୀଡା ଆରମ୍ଭ ହେଲେ ଏହାକୁ କମ କରିବା ପାଇଁ ଅନେକ ଯୋଜନା ରହିଛି କିନ୍ତୁ ଅନେକ ବିକାଶଶୀଳ ଦେଶରେ ଯନ୍ତ୍ରଣାର ଉପଶମ ପାଇଁ ଚିକିତ୍ସା ବ୍ୟବସ୍ଥାକୁ ଧର୍ମୀୟ ଭାବନା ସହ ଯୋଡି ବାରଣ କରାଯାଇଥାଏ । ଇସାଈ ଧର୍ମରେ ଈଶ୍ୱରଙ୍କ ପ୍ରତି ଅବଜ୍ଞା କରିଥିବାରୁ ମହିଳାଙ୍କୁ ଏପରି କଷ୍ଟ ସଜା ଆକାରରେ ଏହା ମିଳିଥାଏ ବୋଲି କୁହାଯାଇଥାଏ ।
ତେବେ ଉତ୍ତର ନାଇଜେରିଆରେ ହୌସା ସଂପ୍ରଦାୟରେ ଏକ ଅଜବ ନିୟମ ରହିଛି । ଏହି ନିୟମ ଅନୁଯାୟୀ, ପ୍ରସବ ଯନ୍ତ୍ରଣାର ସାମାନ୍ୟତମ ସଙ୍କେତ ଯେପରି ବାହାରକୁ ନ ଆସେ ସେ ନେଇ ମହିଳାଙ୍କ ଉପରେ ଏକ ସାମାଜିକ ଚାପ ରହିଥାଏ । ନୀରବରେ ପ୍ରସବ ପୀଡାକୁ ସହିବା ପାଇଁ ଏଠାର ଏକ ପ୍ରଥା ରହିଛି ।
ଏଠାରେ ଖୁବ କମ ବୟସରୁ ଝିଅମାନଙ୍କୁ ଶିକ୍ଷା ଦିଆଯାଇଥାଏ କି, ପ୍ରସବ ସମୟରେ ଡରିବା, କାନ୍ଦିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ଜାଜନକ । ଏପରିକି ଯେଉଁ ମହିଳା ପ୍ରସବ ସମୟରେ ଯେତେ କଷ୍ଟ ସହିପାରିବେ ସେ ମହିଳା ଭାବେ ସେତେ ସକ୍ଷମ ବୋଲି ଗ୍ରହଣ କରାଯାଇଥାଏ ।, କାନ୍ଦିଲେ ବା ଚିତ୍କାର କଲେ ବେଦନା କମି ନ ଥାଏ , ତେଣୁ ନ କାନ୍ଦି ଚୁପଚାପ ଏହାକୁ ସହିଯିବା ପାଇଁ ପିଲାବେଳରୁ ଝିଅମାନଙ୍କୁ ଶିଖାଯାଇଥାଏ ।
Comments are closed.