ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଟଟଣାରେ ଜଳିଗଲା ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କାର । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି ।
ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପନ୍ତଙ୍କ କାର ଅବସ୍ଥାରୁ ଜଣାଯାଇଛି ଦୁର୍ଘଟଣା କେତେ ଭୟଙ୍କର ଥିଲା । ତେବେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସ୍ପଷ୍ଟ ହୋଇନାହିଁ । ପନ୍ତଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିବା ସହ ତାଙ୍କର ଗୋଡ ଭାଙ୍ଗି ଯାଇଥିବା ଜଣାଯାଇଛି । ତାଙ୍କର କିନ୍ତୁ ତାଙ୍କୁ ଗୁରୁତର ଭାବେ ଆଘାତ ଲାଗିଥିବା କୁହାଯାଉଛି ।
ରୁରକୀ ପୋଲିସର ସୂଚନା ଅନୁଯାୟୀ, ପନ୍ତ ନିଜେ ଡ୍ରାଇଭିଂ କରି ଉତ୍ତରାଖଣ୍ଡରୁ ଆସୁଥିଲେ । ଗାଡି ଭିତରେ ଏକୁଟିଆ ପନ୍ତ ଥିଲେ । ଡ୍ରାଇଭର ବା ତାଙ୍କର ସାଥୀ କେହି ନ ଥିଲେ । ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଉଥିଏଲେ । ଗାଡି ଗତି ଅଧିକ ଥିବାବେଳେ ରୁର୍କୀ ନିକଟରେ ଭାରସାମ୍ୟ ହରାଇଥିଲେ । ଫଳରେ ତାଙ୍କର ମର୍ସିଡିଜ ଡିଭାଇଡରରେ ପିଟି ହୋଇ ଯାଇଥିଲା । ଗାଡିର ବେଗ ଅଧିକ ଥିବାରୁ ନିଆଁ ଲାଗି ଯାଇଥିଲା । ତେବେ ସୌଭାଗ୍ୟବଶତଃ ପନ୍ତ ଗାଡିର ୱିଣ୍ଡସ୍କ୍ରିନ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ।
ପୋଲିସର ସୂଚନା ଅନୁଯାୟୀ, ପନ୍ତଙ୍କ ଅବସ୍ଥା ଏବେ ଠିକ ଅଛି । ସେ କଥାବାର୍ତ୍ତା ବି କରୁଛନ୍ତି । ତାଙ୍କର ଚିକିତ୍ସା ଚାଲିଛି ।
Comments are closed.