କୋରାପୁଟ: ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ ବଡ ଶବ୍ଦ ହେଲା ଏବଂ ତା ପରେ ଟ୍ରେନଟି ଅଟକି ଯାଇଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।
ଦୁର୍ଘଟଣା ଯୋଗୁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି । ତେବେ ଟ୍ରେନର ଜେନେରାଲ ସେକେଣ୍ଡ କ୍ଲାସ କୋଚ ୬ ନମ୍ବର ବଗିର ୨ଟି ଚକା ବାହାରି ଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନରେ ପଠାଯିବାର ବ୍ୟବସ୍ଥା କରାଯାଇଛି।
ଖବର ପାଇ ଡିଆରଏମ୍, ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାସେଞ୍ଜର ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ ସେହି ଟ୍ରାକ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।
BREAKING NEWS
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ

Comments are closed.