Latest Odisha News

୬୦ ବର୍ଷ ହେବ ଶୋଇନାହାନ୍ତି ୮୦ ବର୍ଷୀୟ ବୃଦ୍ଧ

ଭିଏତନାମ: ଯଦି ଗୋଟେ ଦିନ ନ ଶୋଇବେ ତେବେ ଆପଣ ଅସ୍ଥିର ହୋଇଯିବେ । ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ, ସମସ୍ତେ ବିଶ୍ୱାସ କରନ୍ତି ଯେ, ସାଧାରଣତଃ ମଣିଷକୁ ଦିନକୁ ୬ରୁ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କାରଣ ଏହା ଆମ ସ୍ୱାସ୍ଥ୍ୟପକ୍ଷେ ହିତକର ବୋଲି କୁହାଯାଏ ନିଦକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭିଏତନାମର ଜଣେ ବ୍ୟକ୍ତି ଥାଇ ଏନଜୋକ ସେ ଦୀର୍ଘ ୬୦ବର୍ଷ ହେବ ଶୋଇ ନାହାନ୍ତି। ଏହି ଘଟଣାକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାରେ ।

ଏନଜୋକ କହନ୍ତି, ‘ହଠାତ୍ ଦିନେ ମୋତେ ଜ୍ୱର ହୋଇଥିଲା, ଜ୍ୱର ଭଲ ହେବା ପରେ ଆଉ ନିଦ ହୋଇ ନଥିଲା । ମୁଁ ପ୍ରଥମେ ପ୍ରଥମେ ଭାବୁଥିଲି ଖାଇଥିବା ଔଷଧ ପ୍ରଭାବ ଯୋଗୁଁ ନିଦ ହେଉନାହିଁ । ହେଲେ ଦିନପରେ ଦିନ ବିତିବା ପରେ ବି ମୋତେ ନିଦ ହେଲା ନାହିଁ। ଏପରି ଭାବେ ଆଜିକୁ ପାୟ ୬୦ବର୍ଷ ହେବ ମୁଁ ଶୋଇ ନାହିଁ । ରାତିରେ ଆଖି ବନ୍ଦ କଲେ ନିଦ ଆସିନଥାଏ, ବରଂ ମନ ବିଚଳିତ ହୋଇପଡେ, ତେଣୁ ମୁଁ ଉଠି ପଡ଼ି ମୋର ବାକି ଥିବା କାମକୁ ଶେଷ କରିବାକୁ ଚେଷ୍ଟା କରିଥାଏ।

ଦିନେ ନଶୋଇଲେ ମଣିଷ କେତେ କ୍ଳାନ୍ତ ହୋଇଥାଏ, ମାତ୍ର ଥାଇ ଏନଜୋକ ୬୦ବର୍ଷ ହେବ ଶୋଇ ନଥିବା ବେଳେ ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ୮୦ ବର୍ଷ ବୟସରେ ବି ଏନଜୋକ ବୁଲିବା, ଜମିରେ କାମ କରିବା ଆଦି ସବୁକିଛି କାମକୁ ଆରାମରେ କରିପାରୁଛନ୍ତି ଏମିତି କି ଅନ୍ୟ ଲୋକଙ୍କ ଅପେକ୍ଷା ତାଙ୍କୁ କମ କ୍ଲାନ୍ତ ଲାଗିଥାଏ ବୋଲି ସେ କହିଛନ୍ତି

Comments are closed.