ବ୍ରହ୍ମପୁର: ବିଲଡର୍ କମ୍ପାନି ଖୋଲି ଜଣେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ କରିବା ଅଭିଯୋଗରେ ବଡବଜାର ଥାନା ପୁଲିସ ବ୍ରହ୍ମପୁରର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ମଳାଶୁଣିପେଟା ସାହିର ବାସିନ୍ଦା ଡାକ୍ତର ଡି. ଉତ୍ତମ କୁମାର। ୨୦୨୧ ଅକ୍ଟୋବର ୧ ତାରିଖରେ ବଡବଜାର ଥାନାରେ ରୁଜୁ ହୋଇଥିବା ମାମଲା ନଂ ୨୦୨/୨୧ ପ୍ରକାରେ ଶନିବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଡାକ୍ତର ଉତ୍ତମ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଯଥା ମଳାଶୁଣିପେଟା ସାହିର ଡି. ଶିବାଜୀ ଓ ବାଲୁଗାଁର ସୁନୀଲ ସୁବୁଦ୍ଧି ମିଳିତଭାବେ ୨୦୧୦ରେ ୟୁଏମଏସ ନାମକ ଏକ ବିଲଡର୍ କମ୍ପାନି ଖୋଲିଥିଲେ। ଏହି କମ୍ପାନୀ ଜରିଆରେ ସେମାନେ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ କରୁଥିଲେ। ୨୦୧୮ ମାର୍ଚ୍ଚ ୧ ତାରିଖେର ଅଭିଯୁକ୍ତ ଡାକ୍ତର ଓ ତାଙ୍କ ସହଯୋଗୀ ମିଳିତଭାବେ ବଡବଜାର ଗୌଡ ସାହିର ସୁନା ବ୍ୟବସାୟୀ କେ. ପ୍ରସାଦ ରାଓ ସୁବୁଦ୍ଧି ଓ ତାଙ୍କ ପତ୍ନୀ କେ. ଛାୟାବତୀଙ୍କ ନିକଟକୁ ଯାଇ ତାଙ୍କ କମ୍ପାନୀରେ ଟଙ୍କା ଜମା କରିବାକୁ କହିଥିଲେ। ଡା. ଉତ୍ତମ ସୁନା ବ୍ୟବସାୟୀଙ୍କ ଘରକୁ ଯାଇ ଚିଟଫଣ୍ଡ କମ୍ପାନୀର ବିଭିନ୍ନ ସ୍କିମ ବିଷୟରେ ବୁଝାଇଥିଲେ। ୫୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ବ୍ରହ୍ମପୁର ଓ ଭୁବନେଶ୍ବରରେ ନିର୍ମାଣ କରାଯିବାକୁ ଥିବା ଆପାର୍ଟମେଣ୍ଟରେ ଟଙ୍କା ଲଗାଇବାକୁ କହିଥିଲେ। ମାସିକ ୩ ପ୍ରତିଶତ ସୁଧ ସହ ଭୁବନେଶ୍ବରରେ ଏକ ଫ୍ଲାଟ ଦେବାକୁ ପ୍ରତିଶୃତି ଦେଇଥିଲେ। ସୁନା ବ୍ୟବସାୟୀ ବିଭିନ୍ନ କିସ୍ତିରେ ଡା. ଉତ୍ତମଙ୍କୁ ୨ କୋଟି ଟଙ୍କା ଦେଇଥିଲେ। ଏ ନେଇ ଉଭୟ ପକ୍ଷ ମଧ୍ୟରେ ବୁଝାବଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ହେଲେ ଅନେକ ମାସ ପରେ ମଧ୍ୟ ଡା. ଉତ୍ତମ କିମ୍ବା ତାଙ୍କ ସହଯୋଗୀମାନେ ସୁନା ବ୍ୟବସାୟୀଙ୍କୁ ସୁଧ ଟଙ୍କା କିମ୍ବା ଆପାର୍ଟମେଣ୍ଟ ପ୍ରଦାନ କରିନଥିଲେ। ଏହାପରେ ତାଙ୍କର ୨ କୋଟି ଟଙ୍କା ଫେରାଇଦେବାକୁ ସୁନା ବ୍ୟବସାୟୀ ଓ ତାଙ୍କ ପତ୍ନୀ ଅନୁରୋଧ କରିଥିଲେ। କିନ୍ତୁ ଏହି କଥାକୁ କର୍ଣ୍ଣପାତ ନକରି ବିଭିନ୍ନ ବାହାନା କରି ଦିନ ଗଡାଇ ଚାଲିଥିଲେ। ଶେଷରେ ବାଧ୍ୟହୋଇ ବଡବଜାର ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ସେହି ସମୟରେ କୌଣସି ପଦକ୍ଷେପ ନନେବାରୁ ସୁନା ବ୍ୟବସାୟୀଙ୍କ ପକ୍ଷରୁ ଅଦାଲତେର ୱାନସିସି ମାମଲା ଦାୟର କରାଯାଇଥିଲା। ଅଦାଲତଙ୍କ ନିର୍ଦେଶପ୍ରକାରେ ବଡବଜାର ଥାନା ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା।
BREAKING NEWS
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…

Comments are closed.