Latest Odisha News

BREAKING NEWS

୧୦୦ବର୍ଷ ପରେ ଠିକଣା ଜାଗାରେ ପହଞ୍ଚିଲା ଚିଠି

ବ୍ରିଟେନରେ  ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଲେଖାଯାଇଥିବା ଏକ ଚିଠି ଦୀର୍ଘ ୧୦୦ବର୍ଷ ଠିକଣାଆ ଜାଗାରେ ପହଞ୍ଚିଛି । ଏହି ଚିଠି ପାଇଥିବା ବ୍ୟକ୍ତିଙ୍କ ଖୁସି କହିଲେ ନ ସରେ  । ସେ ବହୁତ ଖୁସି ଏବଂ ଆଶ୍ଚର୍ଯ୍ୟ ଯେ ସେ ଏହି ଚିଠି ପାଇଛନ୍ତି । ଏହି ଚିଠି ୧୯୧୬ ମସିହାରେ ବ୍ରିଟେନର ବାଥରୁ ପଠାଯାଇଥିଲା । ଏହି ଚିଠିରେ ରାଜା ଜର୍ଜ ଭିଙ୍କ ମୁଦ୍ରା ଥିବା ଏକ ଷ୍ଟାମ୍ପ ରହିଛି ।

ଚିଠିଟି ପାଇ ୨୭ ବର୍ଷିୟ ଗ୍ଲେନ୍‌ ଓ ତାଙ୍କ ପ୍ରେମିକା ଖୁବ ଆଶ୍ଚର୍ଯ୍ୟ ହେଇଥିଲେ। ଗ୍ଲେନ୍‌ କହିଛନ୍ତି, ଚିଠିଟି ୧୦୦ ବର୍ଷ ଧରି କେମିତି ପଡ଼ି ରହିଥିଲା ତାହା ବିଶ୍ୱାସ ହେଉନାହିଁ। ଚିଠି ପାଇବାର ବର୍ଷେ ପରେ ଗ୍ଲେନ୍‌ ଏହି ଚିଠିଟିକୁ ନେଇ ସ୍ଥାନୀୟ ଐତିହାସିକ ସମାଜକୁ ଯାଇଥିଲେ। ‘ସିଏନ୍‌ଏନ୍‌’ ରିପୋର୍ଟ ଅନୁଯାଇ ଚିଠିଟି କିଏ ଦେଇଥିଲା ଜାଣିବା ତାଙ୍କର ଉଦ୍ଦେଶ୍ୟ ଥିଲା ।

ଚିଠିରେ ଥିବା ପ୍ରାପକଙ୍କ ନାଁ ହେଉଛି ‘‌ଷ୍ଟାମ୍ପ୍‌ ଡିଲର୍‌’ ଓସ୍‌ୱାଲ୍‌ଡ୍‌ ମାର୍ସଙ୍କୁ ବିବାହ କରିଥିବା କେଟି ମାର୍ସ। ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥିଲା। ବେଥ୍‌ ବୁଲି ଯାଇଥିବା କେଟିଙ୍କ ବାନ୍ଧବୀ କ୍ରିଷ୍ଟାବେଲ୍‌ ମିନେଲ୍‌ ଏହି ଚିଠିଟି ଲେଖି ପୋଷ୍ଟ୍‌ କରିଥିଲେ ବୋଲି ସ୍ଥାନୀୟ ଇତିହାସ ପତ୍ରିକା ‘ଦି ନର୍‌ଉଡ୍‌ ରିଭ୍ୟୁ’ର ସମ୍ପାଦକ ଷ୍ଟିଫେନ୍‌ ଅକ୍ସଫୋର୍ଡ କରିଥିବା ଗବେଷଣାରୁ ଜଣାପଡ଼ିଛି।

କ୍ରିଷ୍ଟାବେଲ୍‌ ମିନେଲ୍‌ ଥିଲେ ବିତ୍ତଶାଳୀ ଚା ବ୍ୟବସାୟୀ ହେନେରି ଟ୍ୟୁକ୍‌ ମିନେଲ୍‌ଙ୍କ ଝିଅ। ଇଂଲଣ୍ଡ୍‌ର ଡାକ ବିଭାଗ ରୟାଲ୍‌ ମେଲ୍‌ କହିଛି ଯେ, ଚିଠିଟି କେମିତି ଏତେ ଦିନ ପଡ଼ି ରହିଥିଲା ସେ ବିଷୟରେ ସେମାନେ ଜାଣି ପାରୁନାହାନ୍ତି। କିନ୍ତୁ, ‘ଅକ୍ସଫୋର୍ଡ କହିଛନ୍ତି ଯେ, ସମ୍ଭବତଃ ବନ୍ଦ ହୋଇଯାଇଥିବା କୌଣସି ଚିଠି ‘ସର୍ଟିଙ୍ଗ୍‌’ ଅଫିସ୍‌ରେ ରହିଯାଇଥିଲା। ଚିଠିଟିର ପ୍ରେରକ କି, ପ୍ରାପକଙ୍କ ଆତ୍ମୀୟଙ୍କ ସହିତ ଯୋଗାଯୋଗ ହୋଇ ପାରିଲେ କ’ଣ କରିବେ ବୋଲି ଗ୍ଲେନ୍‌ଙ୍କୁ ପଚରାଯିବାରୁ ସେ କହିଛନ୍ତି, ସେମାନଙ୍କ ପାରିବାରିକ ଇତିହାସରେ ଏଇଟା ଗୋଟାଏ ବିଚିତ୍ର ଅଧ୍ୟାୟ ହେବ। ସେମାନ‌େ ଯଦି ଚିଠିଟିକୁ ନେବାକୁ ଆଗ୍ରହୀ, ସେମାନେ ଆସି ନେଇ ପାରିବେ।

Comments are closed.