Latest Odisha News

BREAKING NEWS

ଡର

ଡର

ଆଶିଷ କୁମାର ମିଶ୍ର

ତତେ ଯାହା ଦେଲେ
ପରବର୍ତ୍ତୀ ମୂହୁର୍ତ୍ତରେ ଲାଗୁଛି
ନିଜକୁ ହିଁ ଦେଲି !

ତୋ ଲୁହ ମୋ ଆଖିରେ ପଶୁଛି
ଦରଜ ତୋ ପଶୁଛି ଛାତିରେ,
ହସ ମଳିଚିଆ ଓଠରେ
ଏମିତିକି ବେଳେବେଳେ କେବଳ ଭାବୁଛି ନିଜକଥା
ନିଜକୁ ହିଁ ଭଲପାଇ ବସୁଛି।

ଗଢୁଛି ତୋର ମୂର୍ତ୍ତିଟିଏ ତ
ସେ ମୂର୍ତ୍ତି ମୋତେ ନିଜକୁ ଗଢିବା ଶିଖଉଛି,
ଲାଗୁଛି ଆତ୍ମା ମୋର
ମାଟି ଆଡକୁ ଯାଉଛି ଅପସରି ।

ଭାବୁଚି ତୋତେ ଆଉ କିଛି ଦେବିନାହିଁ,
ଖାଲି ଡରଟିଏ ମତେ ହିଁ ଖୋଜୁଛି ଯେ
ପରବର୍ତ୍ତୀ ମୁହୂର୍ତ୍ତରେ ତୋର ନଦେବା କି
ନଲୋଡିବା ଫେରି ଆସି ଦେବ ତଣ୍ଟି ଚିପି !

…………………………..
ତେଲଣ୍ଡା ସୁବର୍ଣ୍ଣପୁର
ମୋ ୬୩୭୦୧୬୯୧୪୬

Leave A Reply

Your email address will not be published.