Latest Odisha News

BREAKING NEWS

ମହାଦେବଙ୍କ ନିଶ୍ଚିତ ଆଶୀର୍ବାଦ ଲାଗି ଏହି ୪ ପ୍ରକାର ଅଭିଷେକ କରନ୍ତୁ…

ଦେବ ଦେବ ମହାଦେବଙ୍କ ଅପାର କୃପାରୁ ଅସଂଖ୍ୟ ଶ୍ରଦ୍ଧାଳୁ୍ଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଥିବାର ସ୍ୱୀକାର କରିଛନ୍ତି । କଥାରେ ଅଛି ମହାଦେବଙ୍କର ତପେ ବର ନହେଲେ କୋପେ ବର । ମହାଦେବ ଶିବଙ୍କ ଆଶୀର୍ବାଦ ଭିକ୍ଷା ସହଜ ହୋଇଥାଏ ଶିବଙ୍କ ଅଭିଷେକ କଲେ । ମହାଦେବଙ୍କ ୪ ପ୍ରକାର ପୂଜାର୍ଚ୍ଚନା ବା ଅଭିଷେକ କଲେ ନିଶ୍ଚିତ ଆଶୀର୍ବାଦ ମିଳିଥାଏ ବୋଲି ଭକ୍ତମାନଙ୍କ ଅଖଣ୍ଡ ବିଶ୍ୱାସ ରହିଛି ।

ଚାକିରୀ ପାଇବା ପାଇଁ…

୧୦୮ ବେଲପତ୍ର ରେ ଶିବଙ୍କର କରନ୍ତୁ ଅର୍ଚ୍ଚନା କରି ଜପ କରନ୍ତୁ ଓଁ ନମଃ ଶିବାୟ । ବୃଷଭ ପଛପଟେ ବସି କରନ୍ତୁ ଶିବ ଦର୍ଶନ । କେଶର, ଜାଇଫଳ, କ୍ଷୀର, ଦହି ରେ ଅଭିଷେକ କରନ୍ତୁ ।

ମନ ମୁତାବକ ବିବାହ ପାଇଁ ଉପାୟ…

ମହୁ ଦ୍ୱାରା ମହାଦେବଙ୍କର କରିବେ ପୂଜା । ୨୧ଦିନ ପର‌୍ୟ୍ୟନ୍ତ ନିୟମ ପାଳନ କରି ମହାଦେବଙ୍କ ଶରଣାପନ୍ନ ହୁଅନ୍ତୁ । ଗାଈ କ୍ଷୀର ରେ ଅଭିଷେକ କରିବା ଉଚିତ ।

ଗ୍ରହବନ୍ଧନରୁ ମୁକ୍ତି ପାଇଁ. ଉପାୟ…

ମହୁ, କ୍ଷୀର, କଦଳୀ, ଗୁଡ ଦ୍ୱାରା ମହାଦେବ ଙ୍କ ମସ୍ତକ ରେ ଘର୍ଷଣ କରନ୍ତୁ । ଏହି ଉପାୟ ୧ମାସ ରୁ ୬ ମାସ ପର‌୍ୟ୍ୟନ୍ତ କରିବା ଉଚିତ ।

ସନ୍ତାନ ପ୍ରାପ୍ତି ପାଇଁ ଉପାୟ…

ପ୍ରତ୍ୟକ ସୋମବାରରେ ଗୁଆ ଦ୍ୱାରା ମହାଦେବଙ୍କ ନିକଟରେ ସଂକଳ୍ପ କରନ୍ତୁ । ହୋମ, ଜଜ୍ଞ ଦ୍ୱାରା ଅଭିଷେକ କରି ପୂଜିତ ବେଲପତ୍ର କୁ ମହିଳା ମାନେ ଖାଇଲେ ସନ୍ତାନ ଲାଭ ହେବ । ୧୬ ପାଳି ପର‌୍ୟ୍ୟନ୍ତ ବ୍ରତ ଧାରଣ କରିବେ ।

Leave A Reply

Your email address will not be published.