ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ନୋଟିସ ଦେବ ମମତା ବାନାର୍ଜୀଙ୍କ ଦଳ ଟିଏମସି। ଏନେଇ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ତିନି ଭୋଟରଙ୍କ ଗୋଟିଏ ଇପିଆଇସି ନମ୍ୱର ରହିଛି, ଯାହା ବେଆଇନ। ସେ କହିଛନ୍ତି, ଏହା ଏକ ଗମ୍ଭୀର ମାମଲା ଓ ଏହାକୁ ତାଙ୍କ ଦଳ ସଂସଦରେ ତୀବ୍ର ବିରୋଧ କରିବ। କଲ୍ୟାବାନାର୍ଜୀ ପ୍ରସ୍ତାବ ରଖିଛନ୍ତି ଯେ 15 ମାର୍ଚ୍ଚ ଶନିବାର ଦିନ ସଂସଦର ଗୃହ କାର୍ଯ୍ୟ ରଖାଯାଉ। ସେ ଏଥିପାଇଁ ଏମିତି କହିଛନ୍ତି ଯେ 13 ମାର୍ଚ୍ଚ ଛୁଟି ଥିବାରୁ ଏହାର ବିକଳ୍ପ ଦିନ 15 ମାର୍ଚ୍ଚ ରଖାଯାଉ। ସେ କହିଛନ୍ତି 14 ମାର୍ଚ୍ଚ ହୋଲି ଥିବାରୁ 13 ମାର୍ଚ୍ଚରେ ମଧ୍ୟ ସଂସଦର ଗୃହ କାର୍ଯ୍ୟ ବନ୍ଦ ରହିବ। ଏଥିପାଇଁ ଏହାର ବିକଳ୍ପ ଦିନ ଭାବେ 15 ମାର୍ଚ୍ଚରେ ସଂସଦର ଗୃହ କାର୍ଯ୍ୟ ରଖାଯାଉ।
17 ମାର୍ଚ୍ଚରେ କିଛି ବିଭାଗର ବଜେଟ ଉପରେ ଚର୍ଚ୍ଚା ହେବ। ଏହି ସମୟରେ ରେଲୱେ, ଜଳ ଶକ୍ତି ଓ କୃଷି ମନ୍ତ୍ରାଳୟର ବଜେଟ ଉପରେ ବିସ୍ତାର ଭାବେ ଚର୍ଚ୍ଚା ହେବ। ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିବା ସହ ରାଜ୍ୟସଭାରୁ ୱାକଆଉଟ କରିଥିଲେ। ନୂତନ ଶିକ୍ଷା ନୀତି (NEP) ଉପରେ ବିତର୍କ କରିବାକୁ ଦିଆଯାଉ ନାହିଁ ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି। । ତାମିଲନାଡୁରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ଡିଏମକେ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛି।
ଅନ୍ୟପଟେ ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀଙ୍କ ଉଦ୍ଦେଶ୍ୟ ହେଉଛି କେବଳ ସଂସଦର ଗୃହକାର୍ଯ୍ୟକୁ ବାଧା ସୃଷ୍ଟି କରିବା। ସେ କହିଛନ୍ତି ବିରୋଧୀଙ୍କ ଦ୍ୱାରା ଦିଆଯାଇଥିବା 267 ଅଧିନରେ ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣଦିତ । ଜେପି ନଡ୍ଡା ଆହୁରି କହିଛନ୍ତି ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି, ହେଲେ ବିରୋଧୀ ଗୃହର ମର୍ଯ୍ୟାଦାକୁ ହାନି କରୁଛନ୍ତି। ଏହି ସମୟରେ ଡିଏମକେ ସାଂସଦ ତିରୁଚି ସିବା କହିଛନ୍ତି ଯେ ଯଦି ଜନସଂଖ୍ୟା ଆଧାରରେ ଡେଲିମିଟେସନ୍ କରାଯାଏ, ତେବେ ଦକ୍ଷିଣର ଅନେକ ରାଜ୍ୟର ଆସନ ହ୍ରାସ ପାଇବ, ଯାହା ସେମାନଙ୍କ ପ୍ରତି ଅନ୍ୟାୟ ହେବ।
Comments are closed.