Latest Odisha News

BREAKING NEWS

୨୪ ଘଣ୍ଟାରେ ପ୍ରବଳ ବର୍ଷା ! ଆଲର୍ଟ କଲା ପାଣିପାଗବିଭାଗ

ନୂଆଦିଲ୍ଲୀ:କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ଆଗାମୀ ୩ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ରହିବ। ୩ ଦିନ ପରେ ପୁଣି କଲବଲ କରିବ ଖରା ଗରମ ଓ ଗୁଳୁଗୁଳି। ଟ୍ରଫ ଲାଇନ ତଥା ବଙ୍ଗୋପସାଗର ରୁ ବହୁଥିବା ଆର୍ଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ କାଳବୈଶାଖୀ ବର୍ଷା କରାଇବ। ପାଣିପାଗ ର ଏହି ଦୁଇ ନିୟାମକ ଉଭୟ ଉଭାୟଙ୍କ ସଂଶାର୍ପସରେ ଆସି ପ୍ରତିକ୍ରିୟଶିଲ ହୋଇ ଝଡ଼ ବର୍ଷା କରାଇବ। ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବା ବେଳେ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଭଲ ବର୍ଷା ସମ୍ଭାବନା ।

ଆସନ୍ତା ୨୪ ଘଂଟା ରେ ୨୧ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି ହୋଇଚି। ଉପକୂଳର ୯ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ଝଡ ପବନ ସହ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ହୋଇଚି। ଆସନ୍ତାକାଲି ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶା ରେ କାଳବୈଶାଖୀ ବର୍ଷା ହେବ। ୬ ତାରିଖ ସକାଳ ଯାଏଁ ଏହାର ପ୍ରଭାବ ଲାଗି ରହିବ । ଆସନ୍ତା ୩ ଦିନ ଯାଏଁ ଦିନ ର ତାପମାତ୍ରା ରେ କୌଣସି ପରିବର୍ତ୍ତନ ହେବନାହିଁ। ୩ ଦିନ ପରେ ଦିନର ତାପମାତ୍ରା ୩ ଡିଗ୍ରୀ ବଢିବ।

Comments are closed.