୧୦ ଲକ୍ଷ ଟଙ୍କା ଲାଂଚ ନେଇ ଧରାପଡିଛନ୍ତି ଆଇଏଏସ ଅଫିସର ଧିମନ ଚକମା । ଲାଂଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଯୁବ ଆଇଏଏସ ଅଫିସର ଧିମନ ଚକମା ଲାଂଚ ନେବା ବେଳେ ଗିରଫ ହୋଇଛନ୍ତି । କଳାହାଣ୍ଡି ଜି୍ଲଲା ଧର୍ମଗଡରେ ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ ବିରୋଧରେ ଆଗରୁ ବାରମ୍ବାର ଅଭିଯୋଗ ଆସିଥିଲା । ଆଉ ସେହି ଆଧାରରେ ପୁଣିଥରେ ଲାଂଚନେବା ବେଳେ ଧରାପଡିଛନ୍ତି । ଧିମନଙ୍କ ବାସଭବନରୁ ପୁଳାପୁଳା ଟଙ୍କା ଜବତ ହୋଇଛି । ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । କ୍ରସର ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କା ନେବା ପାଇଁ ଡିଲ ହୋଇଥିଲା । ଆଉ ସେହି ଡିଲ ଖବର ଭିଜିଲାନ୍ସ ବିଭାଗ ପାଖରେ ପହଂଚିଥିଲା । ସେ ଯେତେବେଳେ ୨୦ ଲକ୍ଷ ଟଙ୍କା ମଧ୍ୟରୁ ୧୦ ଲକ୍ଷ ଟଙ୍କା ନେଉଥିଲେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଧିମନଙ୍କ ଘରେ ଅଧିକ ଯାଂଚ କରାଯିବାରୁ ଆହୁରି ୪୭ ଲକ୍ଷ ଟଙ୍କା ମିଳିଛି । ସରକାରୀ ବାସଭବନରୁ ମୋଟ ୫୭ ଲକ୍ଷ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି ।
BREAKING NEWS
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

Comments are closed.