୧୦ ଲକ୍ଷ ଟଙ୍କା ଲାଂଚ ନେଇ ଧରାପଡିଛନ୍ତି ଆଇଏଏସ ଅଫିସର ଧିମନ ଚକମା । ଲାଂଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଯୁବ ଆଇଏଏସ ଅଫିସର ଧିମନ ଚକମା ଲାଂଚ ନେବା ବେଳେ ଗିରଫ ହୋଇଛନ୍ତି । କଳାହାଣ୍ଡି ଜି୍ଲଲା ଧର୍ମଗଡରେ ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ ବିରୋଧରେ ଆଗରୁ ବାରମ୍ବାର ଅଭିଯୋଗ ଆସିଥିଲା । ଆଉ ସେହି ଆଧାରରେ ପୁଣିଥରେ ଲାଂଚନେବା ବେଳେ ଧରାପଡିଛନ୍ତି । ଧିମନଙ୍କ ବାସଭବନରୁ ପୁଳାପୁଳା ଟଙ୍କା ଜବତ ହୋଇଛି । ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । କ୍ରସର ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କା ନେବା ପାଇଁ ଡିଲ ହୋଇଥିଲା । ଆଉ ସେହି ଡିଲ ଖବର ଭିଜିଲାନ୍ସ ବିଭାଗ ପାଖରେ ପହଂଚିଥିଲା । ସେ ଯେତେବେଳେ ୨୦ ଲକ୍ଷ ଟଙ୍କା ମଧ୍ୟରୁ ୧୦ ଲକ୍ଷ ଟଙ୍କା ନେଉଥିଲେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଧିମନଙ୍କ ଘରେ ଅଧିକ ଯାଂଚ କରାଯିବାରୁ ଆହୁରି ୪୭ ଲକ୍ଷ ଟଙ୍କା ମିଳିଛି । ସରକାରୀ ବାସଭବନରୁ ମୋଟ ୫୭ ଲକ୍ଷ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି ।
BREAKING NEWS
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
Comments are closed.