Latest Odisha News

BREAKING NEWS

ମାର୍କେଟକୁ ଆସିଲା ଏସି ହେଲିମେଟ, ଦାମ ମାତ୍ର ଏତିକି…

ଭୁବନେଶ୍ୱର: ଦେଶର ଅନେକ ଅଞ୍ଚଳରେ ଏବେ ଗରମର ପ୍ରକପ ଜାରି ରହିଛି, ଏପରି ସ୍ଥିତିରେ ଟ୍ରାଫିକ୍ ପୋଲିସମାନେ ଖରାରେ ଠିଆ ହୋଇ କାମ କରୁଛନ୍ତି। ସାରା ଦିନ ଖରାରେ କାମ କରିବା ଯୋଗୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଖରା ସମସ୍ୟାର ସମାଧାନ ପାଇଁ ନୋଏଡାରେ ଟ୍ରାଫିକ୍ ପୋଲିସମାନଙ୍କ ପାଇଁ ସରକାରଙ୍କ ତରଫରୁ ହିଟ୍ କଣ୍ଟ୍ରୋଲ ହେଲମେଟର ବ୍ୟବସ୍ଥା କରାଯାଇଛି। ଆସନ୍ତୁ ଜାଣିବା ଏହି ହିଟ୍ କଣ୍ଟ୍ରୋଲ ହେଲମେଟ କିପରି କାମ କରେ ଓ ଗରମରେ ଏହା କିପରି ଆରାମ ଦେଇଥାଏ।

କ’ଣ ହେଉଛି ଏହାର ବିଶେଷତା?

ତାତି ଗରମରେ ଟ୍ରାଫିକ୍ ପୋଲିସମାନଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ନ ପଡେ, ତାହା ପାଇଁ ଏହି ହିଟ୍ କଣ୍ଟ୍ରୋଲ ହେଲମେଟରେ ଅନେକ ସୁବିଧା ଯୋଗାଇ ଦିଆଯାଇଛି। ଏଥିରେ ଏକ ଛୋଟ ପଙ୍ଖା ଲଗାଯାଇଛି, ଯାହା ମୁଣ୍ଡକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ଏହି ପଙ୍ଖାର ବିଶେଷତା ହେଉଛି ଏହା ସମ୍ପୂର୍ଣ୍ଣ ବ୍ୟାଟେରୀ ଦ୍ୱାରା ଚାଲେ। ଏହା ସହ ଏଥିରେ ଏକ ତାପମାତ୍ରା ନିୟନ୍ତ୍ରଣ ଉପକରଣ ଲାଗିଛି, ଯାହା ଖରା ଓ ଗରମରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏଥିରେ ଥିବା ବ୍ୟାଟେରୀ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲେ, ତେଣୁ ଏହାକୁ ବାରମ୍ବାର ଚାର୍ଜ କରିବାର ଅସୁବିଧା ମଧ୍ୟ ନାହିଁ। ରିପୋର୍ଟ ଅନୁସାରେ, ଏହା ସାଧାରଣ ତାପମାତ୍ରାଠାରୁ ମୁଣ୍ଡର ତାପମାତ୍ରାକୁ ୧୦ରୁ ୧୫ ଡିଗ୍ରୀ କମାଇଥାଏ।

ଭାରତରେ ଏସି ହେଲମେଟ ଏକ ନୂଆ ଭାବେ ଦେଖାଯାଉଛି। ମିଡିଆ ରିପୋର୍ଟ ଅନୁସାରେ, ଏକ ଏସି ହେଲମେଟର ମୂଲ୍ୟ ୭,୫୦୦ ଟଙ୍କାରୁ ଆରମ୍ଭ ହୋଇ ୨୮,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ହୋଇପାରେ। ଏହାର ମୂଲ୍ୟ ସାଧାରଣ ହେଲମେଟ ତୁଳନାରେ ବେଶୀ, କାରଣ ଏଥିରେ ଥଣ୍ଡା କରିବା ପ୍ରଯୁକ୍ତି, ବ୍ୟାଟେରୀ ଓ ପଙ୍ଖା ଲାଗିଛି। ଏହା ମୁଖ୍ୟତଃ ଟ୍ରାଫିକ୍ ପୋଲିସମାନଙ୍କୁ ଧ୍ୟାନରେ ରଖି ତିଆରି ହୋଇଛି, କିନ୍ତୁ ଆପଣ ଚାହିଁଲେ ଏହାକୁ ଦୋକାନରୁ କିଣିପାରିବେ।

Comments are closed.