Latest Odisha News

BREAKING NEWS

ନୋବେଲ ଶାନ୍ତି ପାଇଁ ମନୋନୀତ ହେଲେ ଟ୍ରମ୍ପ ! ପାକିସ୍ତାନ ବୈଦେଶିକ ମନ୍ତ୍ରୀ କଲେ ସୁପାରିଶ

ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  । ଇରାନ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପାଇଁ ତାଙ୍କୁ କରାଯାଇଛି ମନୋନୀତ । ଏପରି ରିପୋର୍ଚ ପ୍ରକାଶ କରିଛି ଫକ୍ସ ନ୍ୟୁଜ  ।  ଆମେରିକା ସାଂସଦ ବଡି କାର୍ଟର ଟ୍ରମ୍ପଙ୍କୁ ଏହି ପୁରସ୍କାର ପାଇଁ ଚୟନ କରିଥିବା ରିପୋର୍ଟରେ କୁହାଯାଇଛି । କାର୍ଟର ନୋବେଲ ଶାନ୍ତି ପୁରସ୍କାର କମିଟିକୁ ଏକ ଚିଠି ଲେଖି ମନୋନୀତ ପାଇଁ କରିଛନ୍ତି ସୁପାରିଶ । ତେବେ ଏହା ପ୍ରଥମ ଘଟଣା ନୁହେଁ…  ପୂର୍ବରୁ ମଧ୍ୟ ଏପରି ଚିଠି ଲେଖି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପାଇଁ କରାଯାଇଥିଲା ସୁପାରିଶ । ଚଳିତ ବର୍ଷ ଆରମ୍ଭରେ ଆମେରିକା ସାଂସଦ ଡାରେଲ ଇସା ମଧ୍ୟ ଟ୍ରମ୍ପଙ୍କୁ ନୋବେଲ ପାଇଁ କରିଥିଲେ ମନୋନୀତ। ଏହା ସହ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର ମଧ୍ୟ ନୋବେଲ କମିଟିକୁ ପତ୍ର ଲେଖି ଟ୍ରମ୍ପଙ୍କୁ ପୁରସ୍କାର ପ୍ରଦାନ କରିବାକୁ କରିଥିଲେ ସୁପାରିଶ ।

ଏବେ ପ୍ରଶ୍ନ ଉଠୁଛି ଯେ ସତରେ କଣ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ? ଏଥିପାଇଁ କଣ ସବୁ ଯୋଗ୍ୟତା ହାସଲ କରିଛନ୍ତି ଟ୍ରମ୍ପ ? ହେଲେ ବିଶେଷଜ୍ଞମାନେ କହିଛନ୍ତି ଯେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯେ କେହି ଚାହିଁଲେ କରିପାରିବେ ନାହିଁ ମନୋନୀତ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ଆବଶ୍ୟକ। କେବଳ ନୋବେଲ କମିଟି ଦ୍ୱାରା ଅଧିକୃତ ବ୍ୟକ୍ତିମାନେ କରିପାରିବେ ଏହି ଚୟନ। ଯେମିତିକି କୌଣସି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଚାହିଁଲେ ନୋବେଲ ଶାନ୍ତି ପାଇଁ କରିପାରିବେ ସୁପାରିଶ । ସେହିଭଳି  ଅନ୍ତର୍ଜାତୀୟ ନ୍ୟାୟାଳୟର ବିଚାରପତି, ନୋବେଲ ଶାନ୍ତି ପୁରସ୍କାରର ପୂର୍ବତନ ବିଜେତା, ବିଶ୍ୱବିଦ୍ୟାଳୟର ପ୍ରଫେସର , ନୋବେଲ କମିଟିର ବର୍ତ୍ତମାନ ଓ ପୂର୍ବତନ ସଦସ୍ୟ ଏଥିପାଇଁ କରିପାରିବେ ସୁପାରିଶ ।

ପ୍ରତିବର୍ଷ ସେପ୍ଟେମ୍ବର ମାସରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆରମ୍ଭ ହୋଇଥାଏ ମନୋନୀତ ପ୍ରକ୍ରିୟା । ଏହାର ଶେଷ ତାରିଖ  ହେଉଛି ଜାନୁଆରୀ ୩୧ । ନୋବେଲ କମିଟି ସୁପାରିଶ ହୋଇଥିବା ମନୋନୀତ ପ୍ରାର୍ଥୀଙ୍କ କରିଥାଏ ସମୀକ୍ଷା । ଏହାପରେ ଅକ୍ଟୋବର ମାସରେ ବିଜେତାଙ୍କ ନାଁ ହୋଇଥାଏ ଘୋଷଣା ।  ଇରାନ ଓ ଇଜରାଏଲ ମଧ୍ୟରେ ଯୁଦ୍ଧବିରତି କରାଇବା ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ବିଶ୍ୱବ୍ୟାପୀ ପ୍ରଶଂସା ମିଳୁଛି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ ଏହା ତାଙ୍କ ଶାନ୍ତି ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ବୋଲି କୁହାଯାଉଥି। ତେବେ ଶେଷ ନିଷ୍ପତ୍ତି ନୋବେଲ କମିଟିର ହାତରେ ରହିଛି, ଯେଉଁମାନେ ଅକ୍ଟୋବରରେ ବିଜେତାଙ୍କ ନାମ ଘୋଷଣା କରିବେ।

 

Comments are closed.