ନୂଆଦିଲ୍ଲୀ: ୟୁଟ୍ୟୁବ କେବଳ ଏକ ଭିଡିଓ ସେୟାରିଂ ୟୁଟ୍ୟୁବର ନିର୍ଦ୍ଦିଷ୍ଟ ସବସ୍କ୍ରାଇବର ମାଇଲଷ୍ଟୋନ ଅତିକ୍ରମ କରନ୍ତି, ୟୁଟ୍ୟୁବ ତାଙ୍କୁ ଏକ କ୍ରିଏଟର ଆୱାର୍ଡ ବା ପ୍ଲେ ବଟନ ପ୍ରଦାନ କରିଥାଏ। ଏହି ଆୱାର୍ଡ ମଧ୍ୟରେ ସବୁଠୁ ପ୍ରଥମ ଓ ଲୋକପ୍ରିୟ ହେଉଛି ସିଲଭର ପ୍ଲେ ବଟନ, ଯାହାକୁ ସାଧାରଣତଃ ସିଲଭର ବଟନ କୁହାଯାଏ।
ସିଲଭର ବଟନ କ’ଣ?
ସିଲଭର ବଟନ ଏକ ଆକର୍ଷଣୀୟ ଟ୍ରଫି ପରି, ଯାହା ମେଟାଲିକ ଓ ପ୍ରିମିୟମ ଫିନିସ୍ ସହିତ ଆସିଥାଏ। ଏହାର ମଝିରେ ୟୁଟ୍ୟୁବର ଲୋଗୋ ରହିଥାଏ ଏବଂ ତଳେ ସେହି ଚ୍ୟାନେଲର ନାମ ଲେଖା ଯାଇଥାଏ, ଯାହାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୟୁଟ୍ୟୁବ ଚ୍ୟାନେଲରେ ୧,୦୦,୦୦୦ (ଏକ ଲକ୍ଷ) ସବସ୍କ୍ରାଇବର ପୂରଣ ହେବା ମାତ୍ରେ ଜଣେ କ୍ରିଏଟର ସିଲଭର ବଟନ ପାଇଁ ଯୋଗ୍ୟ ହୁଅନ୍ତି। କିନ୍ତୁ କେବଳ ସବସ୍କ୍ରାଇବର ସଂଖ୍ୟା ପୂରଣ କରିବା ଯଥେଷ୍ଟ ନୁହେଁ।
ନିୟମ କ’ଣ?
- ଚ୍ୟାନେଲକୁ ୟୁଟ୍ୟୁବର ସମସ୍ତ କମ୍ୟୁନିଟି ଗାଇଡଲାଇନ, ଟର୍ମସ ଅଫ ସର୍ଭିସ ଓ କପିରାଇଟ ନିୟମର ପାଳନ କରିବାକୁ ହେବ।
- ଏକ ଲକ୍ଷ ଭ୍ୟୁ ପୂରଣ ହେବା ପରେ ୟୁଟ୍ୟୁବ ଚ୍ୟାନେଲର ସମୀକ୍ଷା କରିଥାଏ। ଏହା ଦେଖାଯାଇଥାଏ ଯେ କୌଣସି ନିୟମ ଉଲ୍ଲଂଘନ, ନକଲି ସବସ୍କ୍ରାଇବର ବୃଦ୍ଧି ବା କପିରାଇଟ ଉଲ୍ଲଂଘନ ହୋଇନାହିଁ।
- ଚ୍ୟାନେଲଟି କିଛି ସମୟ ଧରି ସକ୍ରିୟ ରହିଥିବା ଏବଂ ନିୟମିତ କଣ୍ଟେଣ୍ଟ ଅପଲୋଡ କରୁଥିବା ହେବା ଜରୁରୀ।
- ଯଦି ଆପଣ ଯୋଗ୍ୟ ହୁଅନ୍ତି, ତେବେ ୟୁଟ୍ୟୁବ ଆପଣଙ୍କ ଚ୍ୟାନେଲର ଡାସବୋର୍ଡରେ ଏକ ନୋଟିଫିକେସନ ପଠାଇଥାଏ, ଯେଉଁଥିରେ ଏକ ରିଡେମ୍ପସନ କୋଡ ଥାଏ।
- ସେହି କୋଡ ବ୍ୟବହାର କରି ୟୁଟ୍ୟୁବର ଓ୍ୱେବସାଇଟ୍ରେ ଆପଣଙ୍କୁ ନିଜର ଠିକଣା ଓ ଅନ୍ୟାନ୍ୟ ବିବରଣୀ ପୂରଣ କରିବାକୁ ହେବ।
- ଏହାପରେ କିଛି ସପ୍ତାହ ମଧ୍ୟରେ ସିଲଭର ବଟନ ଆପଣଙ୍କ ଘରେ ପହଞ୍ଚିଯାଇଥାଏ।
ୟୁଟ୍ୟୁବର ସିଲଭର ବଟନ କେବଳ ଏକ ଟ୍ରଫି ନୁହେଁ, ବରଂ ଏହା ଜଣେ କ୍ରିଏଟରଙ୍କ କଠିନ ପରିଶ୍ରମ, ନିରନ୍ତରତା ଓ ସମର୍ପଣର ପ୍ରତୀକ। ଏହା ଦର୍ଶାଇଥାଏ ଯେ ଆପଣ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିଣିଛନ୍ତି ଏବଂ ଏକ ମଜବୁତ କମ୍ୟୁନିଟି ଗଢ଼ିଛନ୍ତି। ଏହି ସମ୍ମାନ କ୍ରିଏଟରମାନଙ୍କୁ ଆହୁରି ଉତ୍ସାହିତ କରିଥାଏ ନୂଆ କଣ୍ଟେଣ୍ଟ ସୃଷ୍ଟି କରିବାକୁ ଓ ନିଜର ଦର୍ଶକଙ୍କ ସହ ସଂଯୋଗକୁ ଆହୁରି ଗାଢ଼ କରିବାକୁ।
Comments are closed.