ଭୁବନେଶ୍ୱର: ଫ୍ଲିପକାର୍ଟରେ ପୁଣି ଏକ ନୂଆ ସେଲ ଆରମ୍ଭ ହେବାକୁ ଯାଉଛି। ଏହି ଇ-କମର୍ସ ପ୍ଲାଟଫର୍ମରେ ଫ୍ରିଡମ ସେଲ ଦୀପାବଳି ପୂର୍ବରୁ ଏକ ବଡ଼ ଇଭେଣ୍ଟ ହେବ। ଏହି ସେଲରେ କମ୍ପାନୀ ସ୍ମାର୍ଟଫୋନ, ଲାପଟପ, ଟାବଲେଟ, ଟିଭି, ଏସି, ଫ୍ରିଜ ଆଦି ଉପରେ ଆକର୍ଷଣୀୟ ଡିସକାଉଣ୍ଟ ଅଫର କରିବ। ଏହା ସହ ଅନେକ ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡରେ ବିଶେଷ ଅଫର ମିଳିବ। ଏହା ବ୍ୟତୀତ, ଫ୍ରିଡମ ଡିଲ୍ସ, ରଶ ଆଓ୍ଵାର ଡିଲ୍ସ, ଏକ୍ସଚେଞ୍ଜ ଅଫର ଏବଂ ବମ୍ପର ଅଫର ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଓ ହୋମ ଆପ୍ଲାୟାନ୍ସରେ ବଡ଼ ଧରଣର ଡିସକାଉଣ୍ଟ ମିଳିବ।
କେବେ ଆରମ୍ଭ ହେବ ସେଲ?
ଏହି ଇ-କମର୍ସ ପ୍ଲାଟଫର୍ମରେ ଫ୍ରିଡମ ସେଲ ୨ ଅଗଷ୍ଟ ୨୦୨୫ରୁ ଆରମ୍ଭ ହେବ। ଫ୍ଲିପକାର୍ଟ ପ୍ଲସ ଗ୍ରାହକମାନଙ୍କ ପାଇଁ ଏହି ସେଲ ୧ ଅଗଷ୍ଟ ମଧ୍ୟରାତ୍ର ୧୨ଟାରୁ ଆରମ୍ଭ ହେବ। ସାଧାରଣ ଗ୍ରାହକମାନଙ୍କ ପାଇଁ ୨ ଅଗଷ୍ଟ ମଧ୍ୟରାତ୍ର ୧୨ଟାରୁ ଏହା ଲାଇଭ ହେବ। ଫ୍ଲିପକାର୍ଟ ଏପର୍ଯ୍ୟନ୍ତ ଏହି ସେଲ କେବେ ଶେଷ ହେବ ସେ ନେଇ କୌଣସି ସୂଚନା ଦେଇନାହିଁ। ଫ୍ଲିପକାର୍ଟ ସହ ଆମାଜନରେ ମଧ୍ୟ ଆଗାମୀ ମାସରେ ଗ୍ରେଟ ଫ୍ରିଡମ ସେଲ ଆୟୋଜିତ ହେବ। ପ୍ରତିବର୍ଷ ସ୍ଵାଧୀନତା ଦିବସ ଅବସରରେ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକରେ ଏହି ସେଲ ଆୟୋଜନ କରାଯାଏ, ଏହାପରେ ଫେଷ୍ଟିଭ ସିଜନ ସେଲ ଆରମ୍ଭ ହୁଏ।
ବମ୍ପର ଡିସକାଉଣ୍ଟର ସୁଯୋଗ
ଫ୍ଲିପକାର୍ଟ ପ୍ଲସ ଓ ଭିଆଇପି ଗ୍ରାହକମାନେ ୧ ଅଗଷ୍ଟରୁ ଏହି ସେଲର ଅଫର ଉପଭୋଗ କରିପାରିବେ। ସାଧାରଣ ଗ୍ରାହକଙ୍କ ପାଇଁ ଏହି ସେଲ ୨ ଅଗଷ୍ଟରୁ ଆରମ୍ଭ ହେବ। ଏଥିରେ ଅନେକ ବ୍ୟାଙ୍କର କାର୍ଡରେ ୧୫% ପର୍ଯ୍ୟନ୍ତ ଡିସକାଉଣ୍ଟ କିମ୍ବା କ୍ୟାଶବ୍ୟାକ ଅଫର ମିଳିବ। ଏହା ସହ, ପ୍ଲସ ଓ ଭିଆଇପି ମେମ୍ବରମାନେ ଅତିରିକ୍ତ ୧୦% ଡିସକାଉଣ୍ଟ ପାଇବେ, ଯାହା ଫ୍ଲିପକାର୍ଟର ସୁପର କଏନ୍ସ ବ୍ୟବହାର କରି ମିଳିବ।
୭୮ତମ ସ୍ଵାଧୀନତା ଦିବସରେ ୭୮ ଫ୍ରିଡମ ଡିଲ୍ସ
୭୮ତମ ସ୍ଵାଧୀନତା ଦିବସ ଅବସରରେ ଓ୍ଵାଲମାର୍ଟ ମାଲିକାନାଧୀନ ଏହି ଇ-କମର୍ସ ପ୍ଲାଟଫର୍ମରେ ୭୮ଟି ଫ୍ରିଡମ ଡିଲ୍ସ ଉପଲବ୍ଧ ହେବ। ଏହି ଡିଲ୍ସରେ ପ୍ରୋଡକ୍ଟ କିଣିଲେ ୭୮% ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରେ, ଯଦିଓ ଏ ନେଇ କମ୍ପାନୀ ପକ୍ଷରୁ ସରକାରୀ ଘୋଷଣା ହୋଇନାହିଁ। ନିକଟରେ ଆୟୋଜିତ ଫ୍ଲିପକାର୍ଟ ଜିଓଏଟି ସେଲରେ ଅନେକ ବ୍ରାଣ୍ଡର ସ୍ମାର୍ଟଫୋନରେ ଆକର୍ଷଣୀୟ ଡିସକାଉଣ୍ଟ ମିଳିଥିଲା। ଏଥିରେ ଆଇଫୋନ ୧୬, ନଥିଂ ଫୋନ ୩ଏ, ସାମସଙ୍ଗ ଗାଲାକ୍ସି ଏସ୨୪ ଭଳି ମିଡ-ରେଞ୍ଜ ଓ ଫ୍ଲାଗଶିପ ଫୋନ ଅନ୍ତର୍ଭୁକ୍ତ ଥିଲା।
କାହିଁକି ଖାସ ଏହି ସେଲ?
ଫ୍ଲିପକାର୍ଟର ଏହି ଫ୍ରିଡମ ସେଲ ସ୍ଵାଧୀନତା ଦିବସର ଉତ୍ସାହକୁ ଦ୍ଵିଗୁଣିତ କରିବ। ଇଲେକ୍ଟ୍ରୋନିକ୍ସ, ହୋମ ଆପ୍ଲାୟାନ୍ସ, ଫ୍ୟାଶନ ଓ ପର୍ସନାଲ କେୟାର ପ୍ରୋଡକ୍ଟରେ ବଡ଼ ଧରଣର ଡିସକାଉଣ୍ଟ ସହ ଏକ୍ସଚେଞ୍ଜ ଅଫର, ରଶ ଆଓ୍ଵାର ଓ ବମ୍ପର ଡିଲ୍ସ ଗ୍ରାହକଙ୍କୁ ଆକର୍ଷିବ। ଏହା ସହ, ଆଇସିଆଇସିଆଇ, କୋଟାକ ଓ ଅନ୍ୟାନ୍ୟ ବ୍ୟାଙ୍କ କାର୍ଡରେ ୧୫% ଡିସକାଉଣ୍ଟ ଏବଂ ଫ୍ଲିପକାର୍ଟ ଆକ୍ସିସ କାର୍ଡରେ ୫% ଅସୀମିତ କ୍ୟାଶବ୍ୟାକ ମିଳିବ। ଗ୍ରାହକମାନେ ନୋ-କଷ୍ଟ ଇଏମଆଇ ଓ ଏକ୍ସଚେଞ୍ଜ ଅଫର ମାଧ୍ୟମରେ ଅଧିକ ସଞ୍ଚୟ କରିପାରିବେ।
Comments are closed.