ନୂଆଦିଲ୍ଲୀ: ସୁଧୁରିବକି ଭାରତ-ଆମେରିକା ସମ୍ପର୍କ । ଭାରତ ଓ ଚୀନ୍ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ୟୁରୋପୀୟ ସଂଘକୁ କହିବା ଭିତରେ ପୁଣି ଭାରତ ପ୍ରତି ନରମ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍…ଆଉ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ଖୁବଶୀଘ୍ର କଥା ହେବା ନେଇ ମଧ୍ୟ କହିଛନ୍ତି ଆମେରିକା ରାଷ୍ଟ୍ରପତି…ସେପଟେ ଟ୍ରମ୍ପ୍ଙ୍କୁ ତୁରନ୍ତ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପୁଣି ଭାରତର ନିକଟତର ହେଉଛନ୍ତି ଟ୍ରମ୍ପ ! ବାରମ୍ବାର ନିଜର ରଙ୍ଗ ବଦଳାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ନରମିଛନ୍ତି । ଭାରତକୁ ପ୍ରଶଂସା କରିବା ସହ ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ୍ । ବାଣିଜ୍ୟିକ ଚୁକ୍ତି ନେଇ ଭାରତ ସହ ଆଲୋଚନା ଚାଲିଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ସେ । ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଧାସଳଖ କଥାବାର୍ତ୍ତା ନେଇ ବି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ସେପଟେ ଟ୍ରମ୍ପଙ୍କ ସୂଚନା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ଆମେରିକା ଘନିଷ୍ଠ ବନ୍ଧୁ ବୋଲି କହିଛନ୍ତି ପିଏମ୍ ମୋଦି । ଯଥାଶୀଘ୍ର ବାଣିଜ୍ୟିକ ଚୁକ୍ତି କରିବା ଦିଗରେ ଉଭୟ ଦେଶର ଟିମ୍ କାମ କରୁଥିବା ନେଇ PM ମୋଦି ସହମତି ପ୍ରକାଶ କରିଛନ୍ତି। ଏହାସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଥିବା PM ମୋଦି Xରେ ସୂଚନା ଦେଇଛନ୍ତି।
ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଛି…ଏହାକୁ ନେଇ ଭାରତର କଡ଼ା ଆଭିମୁଖ୍ୟ ରହିଥିବାବେଳେ ଆମେରିକା ଏବେ ଆମ ଦେଶ ପ୍ରତି ନରମ ମନୋଭାବ ଦେଖାଇଛି…ନିକଟରେ ସାଂଘାଇ ଶିଖର ସମ୍ମିଳନୀରେ ଭାରତ-ଚୀନ୍ ଓ ରୁଷିଆ ଏକାଠି ହେବା ପରେ ଟ୍ରମ୍ପ୍ଙ୍କ ସ୍ବର ବଦଳିଛି…ଗତ ଏକ ସପ୍ତାହ ମଧ୍ୟରେ ଦୁଇ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ସହ ଜଣେ ଉତ୍ତମ ବନ୍ଧୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି…ଯାହା ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବା ନେଇ ଆଭାସ ଦେଉଛି
Comments are closed.