ନୂଆଦିଲ୍ଲୀ: ସର୍ଟ ଭିଡିଓକୁ ନେଇ ପ୍ରତିଯୋଗିତା ଆହୁରି କଡ଼ା ହେଉଛି। ଏବେ ନେଟଫ୍ଲିକ୍ସ ମଧ୍ୟ ଇନଷ୍ଟାଗ୍ରାମ ରିଲ୍ସ ଭଳି ମୋବାଇଲରେ ନୂଆ ଭର୍ଟିକାଲ ଫିଡ୍ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। କମ୍ପାନୀ ବର୍ତ୍ତମାନ ଏହି ଫିଚରର ଟେଷ୍ଟିଙ୍ଗ୍ କରୁଛି। ଏହି ଫିଚର ୟୁଜର୍ସମାନଙ୍କୁ ଫିଲ୍ମ ଓ ଟିଭି ଶୋ’ର ସର୍ଟ କ୍ଲିପ୍ ଦେଖିବାର ସୁବିଧା ଦେବ। ନେଟଫ୍ଲିକ୍ସ ଏହାକୁ ସୋସିଆଲ ଫିଡ୍ ନୁହେଁ, ବରଂ ଡିସକଭରୀ ଓ ସ୍ୟାମ୍ପଲିଙ୍ଗ୍ ସହିତ ଜଡ଼ିତ ଫିଚର ବୋଲି କହିଛି। ଆସନ୍ତୁ ଏହି ଫିଚର ବିଷୟରେ ବିସ୍ତୃତ ଭାବେ ଜାଣିବା।
ଏହି ଫିଚରରେ ୟୁଜର୍ସଙ୍କୁ ନେଟଫ୍ଲିକ୍ସର ଶୋ ଓ ମୁଭିଜର ସର୍ଟ ଭିଡିଓ ଦେଖାଯିବ। ଏଗୁଡ଼ିକ ଉପରେ ଟ୍ୟାପ୍ କରି ୟୁଜର୍ସମାନେ ପୂରା ଏପିସୋଡ୍ କିମ୍ବା ମୁଭି ମଧ୍ୟ ଦେଖିପାରିବେ। ପ୍ରକୃତରେ, ଅନେକ ଉପଭୋକ୍ତାଙ୍କୁ କ’ଣ ଦେଖିବେ ତାହା ନିଷ୍ପତ୍ତି କରିବାରେ ବହୁତ ସମୟ ଲାଗିଯାଏ। ଏହି ସମୟକୁ କମ୍ କରିବା ପାଇଁ ଏହି ଫିଚର ଆଣିଛି। ନେଟଫ୍ଲିକ୍ସ ଚାହୁଁଛି ଦର୍ଶକମାନେ ଟ୍ରେଲର କିମ୍ବା କୌଣସି ଫିଲ୍ମ ଆଦି ସହିତ ଜଡ଼ିତ କ୍ଲିପ୍ ଦେଖିବା ପାଇଁ ଅନ୍ୟ ଆପ୍ସରେ ନ ଯାଆନ୍ତୁ ଓ ଏହି ଫିଚର ଅନ୍-ପ୍ଲାଟଫର୍ମ ଫିଡ୍ ଭାବେ କାମ କରିବ।
ଏହି ଫିଚର ଆଣି ନେଟଫ୍ଲିକ୍ସ ଦର୍ଶକମାନଙ୍କୁ ଅଧିକ ସମୟ ଧରି ନିଜ ପ୍ଲାଟଫର୍ମରେ ରଖିପାରିବ। ସହିତ ଏହା ଏକ ମାର୍କେଟିଙ୍ଗ ଟୁଲ୍ ଭାବେ ମଧ୍ୟ କାମ କରିବ ଓ କମ୍ପାନୀକୁ ଡିଷ୍ଟ୍ରିବ୍ୟୁସନ ପାଇଁ ଅନ୍ୟ ପ୍ଲାଟଫର୍ମ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଜଣାଇଦେଉଛୁ ଯେ, ନେଟଫ୍ଲିକ୍ସ ଲାଇଭ ଭୋଟିଙ୍ଗ୍, ପାର୍ଟି ଗେମ୍ସ ଓ ଆନିମେଟେଡ୍ ହୋମ୍ ଏକ୍ସପିରିଏନ୍ସ ସହିତ ଅନେକ ଇଣ୍ଟରଅକ୍ଟିଭ ଲେୟାର୍ସକୁ ଏକ୍ସପ୍ଲୋର କରୁଛି ଯାହା ଦ୍ୱାରା ତା’ର ସର୍ଭିସ ଆକ୍ଟିଭ ଲାଗିବ।
ନେଟଫ୍ଲିକ୍ସର ସିଟିଓ ଏଲିଜାବେଥ ଷ୍ଟୋନ୍ କହିଛନ୍ତି ଯେ ସେମାନଙ୍କ କମ୍ପାନୀ ସର୍ଟ-ଫର୍ମ ଭିଡିଓ ଥିବା ଆପ୍ସଗୁଡ଼ିକର କପି କରିବାର ଚେଷ୍ଟା କରୁନାହିଁ। କମ୍ପାନୀର ଫୋକସ ଦର୍ଶକଙ୍କ ପସନ୍ଦ ଅନୁଯାୟୀ ଚାଲିବା ଉପରେ ଅଛି। ଏହି ଫିଡ୍ରେ ଦେଖାଯିବାକୁ ଥିବା କଣ୍ଟେଣ୍ଟ ଉପଭୋକ୍ତା ଜେନରେଟେଡ୍ ହେବ ନାହିଁ ଓ ଏହାକୁ ପ୍ଲାଟଫର୍ମରେ ପୂର୍ବରୁ ଉପସ୍ଥିତ ଅରିଜିନାଲ ପ୍ରୋଗ୍ରାମଗୁଡ଼ିକରୁ ବାଛି ନିଆଯିବ।
BREAKING NEWS
- ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ବ୍ରତତୀ ହରିଚନ୍ଦନ
- SI recruitment scam: ସିଲିକନ ଟେକ୍ ସହ ସମସ୍ତ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର
- ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ: ମୁଖ୍ୟମନ୍ତ୍ରୀ
- ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…
- CM Air Health Service: ମାଓ ଅଧ୍ୟୁଷିତ ମାଲକାନଗିରିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା…
- ‘୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ୧୦,୫୯୯ କୋଟିର ରେଳ ବଜେଟ୍ ଆବଣ୍ଟନ କରାଯାଇଛି’
- ୧୮,୧୧୧ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ, କେବଳ ଏହି ଜିଲ୍ଲାରେ ସର୍ବାଧିକ…
- ଘନ କୁହୁଡ଼ିରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ନେଇ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Comments are closed.