ନୂଆଦିଲ୍ଲୀ: କର୍ମଫଳଦାତା ଓ ଦଣ୍ଡାଧିକାରୀ ଗ୍ରହ ଶନିର ଶୁଭ-ଅଶୁଭ ପ୍ରଭାବରୁ ଲୋକଙ୍କ ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଗ୍ରହ ଦେଢ଼ ବର୍ଷରେ ରାଶି ପରିବର୍ତ୍ତନ କରନ୍ତି। ଶନି ଚଳନରେ ପରିବର୍ତ୍ତନ ହେଲେ ରାଶି ଜାତକର ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଦେବ ଏବେ ମୀନ ରାଶିରେ ଚଣନ କରୁଛନ୍ତି। ସେ ମୀନ ରାଶିରେ ସିଧା ଚଳନ କରିବେ। ଶନିର ଏହି ଚଳନରୁ ଅନେକ ରାଶି ଜାତକଙ୍କ ଜୀବନ ଉପରେ ପ୍ରଭାବ ପଡ଼ିବ। ଶନିଙ୍କ ଚଳନରେ ନଭେମ୍ବର ମାସରେ ତିନି ରାଶି ଜାତକଙ୍କୁ ମହାଲାଭ ମିଳିପାରେ। ଏହି ରାଶି ଜାତକଙ୍କୁ ହଠାତ୍ ଧନଲାଭ ହେବ ଏବଂ କ୍ୟାରିଅରରେ ବହୁତ ଉନ୍ନତି କରିବେ।
ଶନିର ସିଧା ଚଳନରୁ ମିଥୁନ ରାଶି ଜାତକଙ୍କୁ ଲାଭ ମିଳିବ
ଶନିଙ୍କ ଚଳନ ଯୋଗୁ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବ। ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ବ୍ୟବସାୟ କରୁଥିବା ଲୋକେ ସନ୍ତୁଷ୍ଟ ରହିବେ ଏବଂ ସବୁ ଅଟକି ରହିଥିବା କାମ ପୂରା ହୋଇଯିବ। ନିବେଶ କରିଲେ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ଉନ୍ନତ ହେବ ସହ ମାନ-ସମ୍ମାନରେ ବୃଦ୍ଧି ହେବ।
କର୍କଟ ରାଶି
କର୍କଟ ରାଶି ପାଇଁ ଭଲ ସମୟ ଆସିବ। ଶନି ଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବ। ଆପଣଙ୍କର କୌଣସି କାମ ଅଟକି ରହିଥିଲେ ତାହା ପୂରା ହେବ ଏବଂ କାର୍ଯ୍ୟରେ ସଫଳତା ମିଳିବ। କ୍ୟାରିଅରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଚାକିରି ଓ ବ୍ୟବସାୟରେ ଉନ୍ନତିରୁ ଆର୍ଥିକ ସ୍ଥିତି ମଜବୁତ୍ ହେବ।
କୁମ୍ଭ ରାଶି
କୁମ୍ଭ ରାଶିର ବାଣୀ ସ୍ଥାନରେ ଶନି ଗ୍ରହ ଚଳନ କରିବେ। ଶନିର ମାର୍ଗୀ ହେବାରୁ କୁମ୍ଭ ରାଶି ଜାତକଙ୍କୁ ହଠାତ୍ ଧନଲାଭ ହୋଇପାରେ। ଆପଣଙ୍କ ଅଟକି ରହିଥିବା କାମଗୁଡ଼ିକ ପୂରା ହେବ ଏବଂ ବ୍ୟବସାୟରେ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ମିଳିବ। ଶନି ଦେବଙ୍କ କୃପାରୁ ଆପଣଙ୍କୁ ଭାଗ୍ୟର ସାଥ୍ ମିଳିବ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.